ଜିଲ୍ଲାପାଳଙ୍କ ରାୟଗଡ ବ୍ଲକ ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା ରାୟଗଡ ବ୍ଲକ ଗସ୍ତ କରି ବ୍ଲକରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ପ୍ରସ୍ତୁତିର ତଦାରଖ କରିଥିଲେ । ଏହା ସହ ୫ଟି ରୂପାନ୍ତିକରଣ ବିଦ୍ୟାଳୟ ପରିଦର୍ଶନ ମଧ୍ୟ କରିଥିବାର ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ରାୟଗଡ ବ୍ଲକ ସଦର ମହକୁମା ଠାରେ ରୂପାନ୍ତିକରଣ ହେଉଥିବା ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍ ଆଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ରାୟଗଡ ବିଡିଓ, ହାଇସ୍କୁଲର ପ୍ରଧାନ ଶିକ୍ଷକ, ଯନ୍ତ୍ରୀ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଆସନ୍ତା ୨୦ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ ଓ ଗ୍ରହଣ କେନ୍ଦ୍ର ଏବଂ ଷ୍ଟ୍ରଙ୍ଗରୁମ୍, ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ଯାନବାହାନକୁ ପ୍ରସ୍ତୁତି କରିବା ଏବଂ ପାର୍କିଂ ସ୍ଥଳ ସହ ପଞ୍ଜୀକରଣ କେନ୍ଦ୍ର ଓ ସମସ୍ତ ବୁଥ ପ୍ରସ୍ତୁତ ହୋଇଛି କି ନାହିଁ ଆଦିର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ ।