ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ନରହରି ଶଂଖୁଆଙ୍କ ଧର୍ମପତ୍ନୀ ଗାୟତ୍ରୀ ଶଂଖୁଆ(୮୫)ଙ୍କର ଗତ ଶନିବାର ପରଲୋକ ଘଟିଛି । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ବଡ ପୁଅ ତଥା ଆଗରପଡା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଡେମୋନ୍ଷ୍ଟ୍ରେଟର ରବି ନାରାୟଣ ଶଂଖୁଆ, ସାନ ପୁଅ ତଥା ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମନୋଜ କୁମାର ଶଂଖୁଆଙ୍କ ସମେତ ବୋହୁ, ୪ ଝିଅ, ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ଆତ୍ମିୟସ୍ୱଜନ ଓ ବନ୍ଧୁପରିଜନ ମାନେ ଉପସ୍ଥିତ ଥିଲେ । ମର ଶରୀରକୁ କୋଭିଡ୍ ଗାଇଡ ଲାଇନ୍ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ ରବି ନାରାୟଣ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।