ବିଜେଡିରେ ଯୋଗଦେଲେ ଭାଜପା ନେତା
ପାରଳାଖେମୁଣ୍ଡି, (ତାରିଣୀ ପସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ରାମନଗର ହାଇଟେକ ପ୍ଲାଜା ପରିସରରେ ଥିବା ବିଜେଡି ନିର୍ବାଚନ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ନଳାପୁର ଗ୍ରାମପଞ୍ଚାୟତର ୧୦ରୁ ଊର୍ଦ୍ଧ ଆଗଧାଡିର ଭାଜପା ନେତା ଯୋଗଦେଇଥିବାର ଜଣାପଡିଛି । ଦଳତ୍ୟାଗ କରିଥିବା ଭାଜପାନେତାଙ୍କୁ ଡ.ତିରୁପତି ପାଣିଗ୍ରାହୀ ବିଜେଡିର ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ । ଏମାନେ ବିଜେଡିରେ ଯୋଗ ଦେବା ପରେ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଏବଂ ସୁଶାସନ ପ୍ରତି ବିମୁଖ ଏବଂ ଡ. ତିରୁପତି ପାଣିଗ୍ରାହୀଙ୍କ ଭଳି ଏ ଅଞ୍ଚଳର ଟାଣୁଆନେତାଙ୍କୁ ପାଇ ଭାଜପା ଦଳ ପରିତ୍ୟାଗ କରିଛୁ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିକଟରେ ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା, ଗୋଷାଣୀ ବ୍ଲକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ବିମଳା ସାମଲ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତଥିଲେ ।


