ସରପଞ୍ଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅଙ୍କୁର ସେଠୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ତାଙ୍କ ପତ୍ନୀ ମିନତୀ ସେଠୀ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୋ ସ୍ୱାମୀ ଶ୍ୟାମସୁନ୍ଦରପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀଭାବେ ଛିଡା ହୋଇଥିଲେ । ଗତ ୨୨ ତାରିଖରେ ମତଦାନ ସରିଛି । କିନ୍ତୁ ମୋ ମୋ ସ୍ୱାମୀ ଘରେ ନଥିବା ବେଳେ କେତେକ ବ୍ୟକ୍ତି ମାରଣାସ୍ତ୍ର ଧରି ମୋ ଘରକୁ ଆସି ମୋ ସ୍ୱାମୀଙ୍କୁ ଖୋଜିଥିଲେ । ଏଥିସହିତ ମୋ ସ୍ୱାମୀ ଓ ମୋ ପୁଅକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ । ଏ ସମ୍ପର୍କରେ ସରପଞ୍ଚ ପ୍ରାର୍ଥୀ ଶ୍ରୀ ସେଠୀ କହିଛନ୍ତି ଯେ ମୋ ବିରୋଧୀ ପ୍ରାର୍ଥୀ ହାରିଯିବା ଭୟରେ ଲୋକ ଲଗାଇ ଏପରି କାଣ୍ଡ ଭିଆଇଛନ୍ତି । ଅପରପକ୍ଷରେ ଅଙ୍କୁର ସେଠୀଙ୍କ ବିରୋଧରେ ଏହି ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀନୀ ଅମ୍ବିକା ସେଠୀ କେନ୍ଦ୍ରାପଡ଼ା ସଦର ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୋ ସ୍ୱାମୀ କେନ୍ଦ୍ରାପଡ଼ା ବ୍ଲକକୁ ଏଜେଣ୍ଟ ଫର୍ମ ଆଣିବାକୁ ଯାଇଥିଲେ । କିନ୍ତୁ ବ୍ଲକ ଫାଟକ ସମ୍ମୁଖରେ ଅଙ୍କୁର ସେଠୀ ମୋ ସ୍ୱାମୀ ରବିନ୍ଦ୍ର ସେଠୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏ ସମ୍ପର୍କରେ ସଦର ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି ଯେ ଆମେ ଉଭୟଙ୍କ ଅଭିଯୋଗ ପାଇଛୁ । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ଥାନାଧିକାରୀ ଶ୍ରୀ ମହାରଣା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ