ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ କୋଭିଡ଼-୧୯ ନିୟନ୍ତ୍ରଣ ଆଲୋଚନା ଚକ୍ର

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ କଲେଜ ପରିଚାଳନା ପରିଷଦ ଓ ମାଣ୍ଡିଆପଲିସ୍ଥିତ ଗ୍ରାମ୍ୟ ଜନତା ଶିକ୍ଷା ଆନ୍ଦୋଳନ ଅନୁଷ୍ଠାନ ତରଫରୁ “କୋଭିଡ଼-୧୯ ନିୟନ୍ତ୍ରଣରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ବ” ସମ୍ପର୍କରେ ଏକ ଆଲୋଚନା ଚକ୍ରର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବ ଗ୍ରାସିମ୍ ଇଣ୍ଡୋଷ୍ଟ୍ରିଜର ଡେପୁଟି ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଅଧିକ୍ଷଣଯନ୍ତ୍ରି ଇଂ ବିନୋଦ ଚନ୍ଦ୍ର ପାଢ଼ୀ ଙ୍କ ଧର୍ମପତ୍ନୀ । ସ୍ଵେଚ୍ଛାସେବୀ ପ୍ରତିଭା ପାଢ଼ୀ,ସମ୍ମାନିୟ ଅତିଥି ରୂପେ ପ୍ରେମ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସୁବୋଧ ନାୟକ, ରବି ଗୋପାଳ, ଦୁର୍ଗା ପ୍ରସାଦ ପାଣିଗ୍ରାହି, ଆଇ. ଆର୍. ପି. ଏମ୍ ବିଭାଗୀୟ ମୁଖ୍ୟ କୁମାରୀ ନନ୍ଦିତା ପୋଲାଇ, ପ୍ରମୁଖ ଯୋଗଦେଇ କୋଭିଡ଼-୧୯ କୁ ପ୍ରତିହତ କରିବା ନିମନ୍ତେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ବ ବିଷୟରେ ଆଲୋକପାତ କରିଥିଲେ । ଆଲୋଚନା ଚକ୍ରରରେ ପୋୖରହିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିପିକା ପଣ୍ଡା । ଆଲୋଚନା ଚକ୍ରରେ ସମସ୍ତ ଛାତ୍ରୀ ଓ କର୍ମଚାରୀ, ଉପସ୍ଥିତ ଥିଲେ । ଏହି ଅବସରରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ସାମଗ୍ରୀ କଲେଜକୁ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ