ସେବାକେନ୍ଦ୍ର ତରଫରୁ ୮୬ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳିତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ପ୍ରଜାପିତା ବ୍ରହ୍ମାକୁମାରୀସ୍‌, ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ସେବାକେନ୍ଦ୍ର ତରଫରୁ ଆଜି ୮୨ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ରୂପେ ରୁବୀ ଚିକିତ୍ସାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ା. ପି. ନାଗେଶ୍ୱର ରାଓ ସୁବୁଦ୍ଧି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆଲୋଚ୍ୟ ବିଷୟ- ‘ମହା ଶିବରାତ୍ରିର ଆଧ୍ୟାତ୍ମିକ ରହସ୍ୟ’ ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ ଯେ ଶିବର ଅର୍ଥ ହେଉଛି – କଲ୍ୟାଣକାରୀ । ରାତ୍ରି ହେଉଛି ଅଜ୍ଞାନ ଅନ୍ଧକାର ରୂପୀ ଅଧର୍ମ, ପାପାଚାର, ଅତ୍ୟାଚାର, ବ୍ୟଭିଚାର, ହିଂସା, ଦ୍ୱେଷ ଆଦିର ପ୍ରତୀକ ମାତ୍ର ବର୍ତ୍ତମାନ ସମୟରେ ନିରାକାର ଶିବ ପରାତ୍ମା ସ୍ୱୟଂ ଅବତରଣ କରି ଈଶ୍ୱରୀୟ ଜ୍ଞାନ ତଥା ସହଜ ରାଜଯୋଗର ଶିକ୍ଷା ଦେଇ ଆମର ଆତ୍ମାଜ୍ୟୋତିକୁ ଜାଗୃତ କରି ବିଶ୍ୱ ପରିବର୍ତ୍ତନର ଦିବ୍ୟ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଏଣୁ ଆଜିର ଦିବସର ପ୍ରାସଙ୍ଗିତାକୁ ହୃଦ୍‌ବୋଧ କରି ସ୍ୱପରିବର୍ତ୍ତନ ମାଧ୍ୟମରେ ସୃଷ୍ଟି ପରିବର୍ତ୍ତନ କରିବା ସକାଶେ ପ୍ରତିଜ୍ଞାବୋଦ୍ଧ ହେବା ଉଚିତ । ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ଜୀବାନନ୍ଦ ତ୍ରୀପାଠୀ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଶିବରାତ୍ରିରେ ପ୍ରଚଳିତ ପ୍ରଥାମାନଙ୍କର ଆଧ୍ୟାତ୍ମିକତାକୁ ହୃହୟମଙ୍ଗ କଲେ ସ୍ପଷ୍ଟ ହୁଏ କି ଉକ୍ତ ଦିବସରେ ପାଳନ କରାଯାଉଥିବା ଉପବାସର ଅର୍ଥ ହେଉଛି । ପରମାତ୍ମାଙ୍କ ନିକଟରେ ମନବୁଦ୍ଧିକୁ ଏକାଗ୍ର କରିବା କାମ, କ୍ରୋଧାଦି ବିଷୟ ବିକାରରୁ ନିବୃତ୍ତ ରହିବା ହିଁ ବାସ୍ତବିକ ବ୍ରତ ବା ପ୍ରତିଜ୍ଞା ଅଟେ । ଜାଗରଣର ଅର୍ଥ ହେଉଛି ନିଜ ଆତ୍ମା ରୂପୀ ପ୍ରଦୀପକୁ ଜ୍ଞାନରୂପୀ ଘୃତ ଦ୍ୱାରା ସଦା ଜାଗ୍ରତ କରିବା । ଏଣୁ ବର୍ତ୍ତମାନ ସମୟରେ କଳହ, ସଘଂର୍ଷ, ଦୁଃଖ, ଅଶାନ୍ତ ଏବଂ ସର୍ବୋପରି ଯୁଦ୍ଧର ବିଭୀଷିକାର ବାତାବରଣ ମଧ୍ୟରେ ନିଜ ମନକୁ ଶାନ୍ତ କରି ଅନ୍ତମୁର୍ଖତା ଦ୍ୱାରା ଏକ ପରମାତ୍ମା ଶିବଙ୍କୁ ନିରନ୍ତର ସ୍କୃତିରେ ରଖିବା ଆବଶ୍ୟାକ । ବ୍ରହ୍ମା କୁମାରୀସ୍‌, ବ୍ରହ୍ମପୁର ସବଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମା କୁମାରୀ ମଞ୍ଜୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କହିଥିଲେ ଯେ ଯେତେବେଳେ ପୃଥିବୀରୁ ଆଧ୍ୟାତ୍ମିକ ଜ୍ଞାନ ପ୍ରାୟ ଲୋପ ହେଇଯାଏ ଏବଂ ମନୁଷ୍ୟ ଆତ୍ମାମାନେ ତ୍ରାହି-ତ୍ରାହି ଡ଼ାକ ଦିଅନ୍ତି, ତାହା ହିଁ ଏହି ଅନାଦି ସୃଷ୍ଟିର ପୁନରାବୃତ୍ତିର ବାସ୍ତବିକ ସମୟ ଅଟେ । ଏ ସମୟରେ ବ୍ରହ୍ମଲୋକ ନିବାସୀ ନିରାକାର ପରମପିତା ପରମାତ୍ମା ଶିବଙ୍କ ଅବତରଣ ଏକ ସାଧାରଣ ବୃଦ୍ଧ ମାନବ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ହୋଇଥାଏ ଏବଂ ତାଙ୍କରି ମୁଖନିଃସୃତ ଅମର ଗୀତାଜ୍ଞାନ ସମସ୍ତ ବିଶ୍ୱବାସୀଙ୍କୁ ପ୍ରାପ୍ତ ହୁଏ, ଯଦ୍ୱାରା ଆତ୍ମାମାନଙ୍କ ନିକଟରେ ଗୁଣ ଏବଂ ଶକ୍ତିର ବକାଶ ହେବା ପୂର୍ବକ ଏହି ସୃଷ୍ଟିର ନୈତିକ, ସାମାଜିକ, ଚାରିତ୍ରିକ ଏବଂ ଆଧ୍ୟାତ୍ମିକ ମୂଲ୍ୟର ସଂସ୍ଥାପନା ହୋଇପାରିଥାଏ । ବରିଷ୍ଠ ଭେଷଜ ତଥା ମଧୁମେହ ବିଶେଷଜ୍ଞ ଡ଼. ପ୍ରକାଶ ଚନ୍ଦ୍ର ପାତ୍ର ସ୍ୱାଗତ ସମ୍ଭାଗଣ ପୂର୍ବକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସେହିପରି ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରରେ ଟାଟା ଗ୍ରୁପ୍‌ର ମୁଖ୍ୟ ପ୍ରବନ୍ଧକ ଅଶୋକ କୁମାର ରାୟ ଶିବ ଝଣ୍ଡା ଉତ୍ତୋଳନ ପୂର୍ବକ ବ୍ରହ୍ମା କୁମାରୀସ୍ ଦ୍ୱାରା ଉଦ୍‌ଘୋଷିତ ଆଧ୍ୟାତ୍ମିକ କ୍ରାନ୍ତିିରେ ସାମିଲ ହେବା ସକାଶେ ଆହ୍ୱାନ କରିଥଲେ । ଏହି ଅବସରରେ ଏକ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇ ନିକଟବର୍ତ୍ତୀ ଅଞ୍ଚଳରେ ଆଧ୍ୟାତ୍ମିକ ଜ୍ଞାନର ପ୍ରସାର କରାଯାଇଥିଲା । ଅନୁରୂପ କାର୍ଯ୍ୟକ୍ରମ ମାନ ଶାନ୍ତିକୁଣ୍ଡ ଅନ୍ତର୍ଗତ ଗାନ୍ଧୀନଗର, ନିଳାଚଳ ନଗର, ପଦ୍ମନଗର, ହର୍ଷବିହାର, ହାଉସିଂବୋର୍ଡ଼, ଭାବିନୀପୁର ଆଦି ସ୍ଥାନମାନଙ୍କରେ ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ