ରାମକୃଷ୍ଣ ଜୟନ୍ତୀ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଠାରେ ରାମକୃଷ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ୱାମୀ ଆଶ୍ରୟା ନନ୍ଦ ଜୀ ମହାରାଜଙ୍କ ସଂଯୋଜନାରେ ରାମକୃଷ୍ଣ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ସୌରଭ ଚନ୍ଦ୍ର ମହାନ୍ତି, ଭାଗବତ ତ୍ରିପାଠୀ, ଲକ୍ଷ୍ମୀଧର ରାଉତ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଯୁବ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ନାୟକ, ମୁରଲୀ ଜେନା, ଆଶ୍ରମ ସଂଚାଳିକା ଦୁର୍ଗା ମା ପ୍ରମୁଖ ଯୋଗଦେଇ ରାମକୃଷ୍ଣଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ବିଦ୍ୟାର୍ଥୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ଓ ଆଧ୍ୟାତ୍ମିକ ଧର୍ମୀ ଵକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଚଳର ବହୁ ବୃଦ୍ଧିଜୀବୀ, ବୟୋଜ୍ୟେଷ୍ଠ, ଧର୍ମାବଲମ୍ବୀ ଓ ଆଧ୍ୟାତ୍ମିକ ପିପାସୁ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।


