ଧାନ କିଣିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ପଞ୍ଜୀକୃତ ହୋଇଥିବା ଓ ଟୋକେନ୍ ର ଅବଧି ଶେଷ ହୋଇଯାଇଥିବା ସମସ୍ତ ଚାଷୀଙ୍କ ଧାନ କିଣିବା ନିମନ୍ତେ ଗୁରୁବାର ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧ ଲକ୍ଷ ୨୨ ହଜାର ୮୦୦ ଜଣ ଚାଷୀଙ୍କ ଧାନ ବିକିବା ପାଇଁ ଟୋକେନ ଆସିଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୯୦ ହଜାର ଜଣ ଚାଷୀଙ୍କ ଧାନ କିଣାଯାଇଛି । ଆହୁରି ଗଞ୍ଜାମ ଜିଲ୍ଲାରେ ଟୋକେନ ଆସିଥିବା ୩୨ ହଜାର ଚାଷୀ ସେମାନଙ୍କ ଧାନ ବିକ୍ରି କରିବା ପାଇଁ ଅନାଇ ବସିଛନ୍ତି । କେତେକ ସୋସାଇଟିରେ ଟାର୍ଗେଟ ସରିଯାଇଥିବା ବେଳେ ଆଉ କେତେକ ଯାଗାରେ ମିଲର ମାନେ ଧାନ ଉଠାଉନଥିବାରୁ ଟୋକେନ୍ ର ଅବଧି ଶେଷ ହୋଇଯାଉଛି । ଯାହା ଦ୍ୱାରା ଚାଷୀ ମାନେ ସେମାନଙ୍କ ଧାନ ବିକ୍ରି କରିନପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ଜିଲ୍ଲାର ବହୁ ଚାଷୀ ଦୀର୍ଘ ୧ ମାସ ହେଲା ଧାନ ବିକ୍ରି କରିଥିଲେ ସୁଦ୍ଧା ସେମାନେ ସେମାନଙ୍କ ଅଖା ଟଙ୍କା ପାଇନଥିବା ମଧ୍ୟ ସେ ଏହି ଦାବିପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ମଧ୍ୟ ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଏଣୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଟୋକେନ ଆସିଥିବା ଚାଷୀଙ୍କ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେବା ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ