ନିଳୋକ ହାଇସ୍କୁଲରେ ଅବସରକାଳୀନ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ସୁଧାକର ପଣ୍ଡାଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଯ୍ୟଧନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଓଷ୍ଟା ସଂପାଦକ ଶଶୀଶେଖର କରଶର୍ମା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ନବ କୁମାର ଲେଙ୍କା, ସମ୍ମାନୀତ ଅତିଥି ଭାବେ ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଦତ୍ତ, ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ନିଳୋକ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ନରହରି ବାରିକ, ଅବସରପ୍ରାପ୍ତ ଶିକ୍ଷକ ନିରାକର ବେହେରା, ଗୌରାଙ୍ଗ ଚରଣ ମହାନ୍ତି, ଭାସ୍କର ଚନ୍ଦ୍ର ସେନାପତି, କୃପାସିନ୍ଧୁ ପଣ୍ଡା, ମନମୋହନ ଆଚାର୍ଯ୍ୟ, ପୂର୍ବତନ କ୍ରୀଡା ଶିକ୍ଷକ ପ୍ରଭାକର ରାଉତ, ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ସନ୍ତୋଷ କୁମାର ଜେନା, କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ, ଶିକ୍ଷକ ଗଦାଧର ସେନାପତି, ଶିକ୍ଷକ ଶ୍ରୀକାନ୍ତ ପଣ୍ଡା, ବଟକୃଷ୍ଣ ସେଠୀ, ଧର୍ମେନ୍ଦ୍ର ନାରାୟଣ ଜେନା ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ଶିକ୍ଷୟିତ୍ରୀ ସୁରଜିତା ବାଇ ବେଦପାଠ, ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ନାୟକ ଅତିଥି ପରିଚୟ, ସ୍ୱୟଂପ୍ରଭା ନାୟକ ମାନପତ୍ର ପଠନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତଗାନ, ଶିକ୍ଷକ ପାଗଳା ସିଂ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସନାତନ ନାୟକ, ଚିତ୍ରାବତୀ ବେହେରା, ସୌମ୍ୟ ରଞ୍ଜନ ସାହୁ, ଅସିତ୍ କୁମାର ପୁହାଣଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।


