ପଞ୍ଚାୟତିରାଜ ଦିବସରେ ମନରେଗା ଶ୍ରମିକଙ୍କ ସହ ବିଜୁ ଜୟନ୍ତୀ ପାଳନ କଲେ ବିଡ଼ିଓ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ସାରା ରାଜ୍ୟରେ ପଞ୍ଚାୟତିରାଜ୍ ଦିବସ ଏବଂ ବିଜୁ ଜୟନ୍ତୀ ପାଳିତ ହେଉଥିବା ବେଳେ ଏହାକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର I ବେଲଗୁଣ୍ଠା ବ୍ଳକ୍ ବଡ଼ବୋର୍ସିଂ ପଞ୍ଚାୟତର ବାଙ୍କଲେଡ଼ି ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଏକ ପୋଖରୀ ଖୋଳା କାମ ଚାଲିଥିବା ବେଳେ ଏଠାରେ ପ୍ରାୟ 50 ଋ ଉର୍ଦ୍ଧ୍ୱ ମହିଳା ଏବଂ ପୂରୁଷ ଶ୍ରମିକମାନେ ନିୟୋଜିତ ଅଛନ୍ତି I ଆଜି ବିଡ଼ିଓ ଶ୍ରୀ ମହାପାତ୍ର କିଛି ମିଠା ଏବଂ ଥଣ୍ଡା ପାନୀୟ ଧରି ସେଠାରେ ପହଞ୍ଚି ସେଠାରେ ବିଜୁ ବାବୁଙ୍କ ଫଟୋ ଚିତ୍ରକୁ ରଖି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପଞ୍ଚାୟତିରାଜ ଦିବସର ଉଦ୍ଦେଶ୍ୟ ଏବଂ ବିଜୁ ବାବୁଙ୍କ କାର୍ଯ୍ୟଧାରା ସମ୍ପର୍କରେ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ I ବିଡିଓଙ୍କ ଏହି କାର୍ଯ୍ୟକ୍ରମରେ ଶ୍ରମିକମାନେ ବେଶ୍ ଉତ୍ସାହିତ ହୋଇଥିଲେ I ଏହା ପୂର୍ବରୁ ମଧ୍ୟ ବିଡ଼ିଓ ଶ୍ରୀ ମହାପାତ୍ର ହୋଲି ଦୀପାବଳି ଭଳି ଅନ୍ୟାନ୍ୟ ଗଣପର୍ବକୁ ନିଜ ପରିବାର ଲୋକଙ୍କ ସହ ପାଳନ କରିବା ପରିବର୍ତ୍ତେ ଶ୍ରମିକମାନଙ୍କ ସହ ପାଳନ କରି ଖୁବ୍ ଜନପ୍ରିୟ ହୋଇପାରିଛନ୍ତି I ଆଜି ବିଡିଓଙ୍କ ସହ ଏହି କାର୍ଯ୍ୟକ୍ରମରେ ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ବ୍ରଜବାସୀ ସେଠୀ, ଗ୍ରାମ ରୋଜଗାର ସେବକ ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ I ବିଡିଓଙ୍କ ଏହିଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ ବିଡିଓଙ୍କ ଏହି କାର୍ଯ୍ୟଧାରାକୁ ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର , ରୋଟାରୀ କ୍ଲବ ସଭାପତି ଭି ଦେବୀ ପ୍ରସାଦ ପାତ୍ର ଓ ଦିବ୍ୟ ଜୀବନ ସଙ୍ଘ ସଭାପତି ପ୍ରଫୁଲ୍ଲ ପଣ୍ଡା ଉଚ୍ଚ ପ୍ରଶଂସା କରିଛନ୍ତି I ପ୍ରକାଶ ଥାଉକି ବିଡ଼ିଓ ଶ୍ରୀ ମହାପାତ୍ର ଖୁବ୍ କମ୍ ଦିନ ମଧ୍ୟରେ ବେଲଗୁଣ୍ଠା ବ୍ଳକ୍ ସୌନ୍ଦର୍ଯ୍ୟକରଣ, କୋଭିଡ ପରିଚାଳନା ,ମନେରଗା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଉଚ୍ଚ ପ୍ରଶଂସିତ ହେବା ସହିତ ଲୋକଙ୍କର ପ୍ରିୟ ଭାଜନ ମଧ୍ୟ ହୋଇପାରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ