ଭାରତୀୟ ବିରଳ ମୃର୍ତିକା କାରଖାନାରେ ଯୋଗ ଶିବିର
ଛତ୍ରପୁର: ଛତ୍ରପୁର ନିକଟସ୍ଥ ଆଇ.ଆର.ଇ କମ୍ପାନୀର ଆବାସିକ କଲୋନୀ ସ୍ଥିତ ସମୁଦାୟିକ କେନ୍ଦ୍ରରେ ଗତ ମାସ ୧୪.୧୦.୨୦୧୯ ତାରିଖ ଠାରୁ ୧୨.୧୧.୨୦୧୯ ପର୍ଯ୍ୟନ୍ତ ଏକ ମାସ ଧରି ଯୋଗ ଶିବିର ଆୟୋଜିତ କରାଯାଇଥିଲା । ଯୋଗ ପ୍ରଶିକ୍ଷକ ରୂପେ ପତଞ୍ଜଳି ସେବାସମିତି, ବ୍ରହ୍ମପୁର ସୁବ୍ରତ କୁମାର ପୂଜାରୀ, କେ. ରବିବାବୁ ଏବଂ ନିଳାମ୍ବର ପାଢୀଙ୍କ ତତ୍ୱାବଧାନରେ ଉକ୍ତ ଶିବିରର ଆୟୋଜନ ହୋଇଥିଲା । ଏହି ଶିବିରର ଅନ୍ତିମ ଦିନରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ୍, ଓସକମ୍ ର ପ୍ରମୁଖ ଏ.ଜେ. ଜନାର୍ଥନନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜକୁ ସୁସ୍ଥ ରଖିବାକୁ ହେଲେ କେବଳ ଯୋଗ ଦିବସ କିମ୍ବା ଯୋଗ ଶିବିରରେ ନକରି ପ୍ରତ୍ୟହ ଯୋଗଭ୍ୟାସ କରିବାକୁ ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ସେମାନଙ୍କୁ ପରିବାରବର୍ଗ ତଥା ଓଆଇଏସଏଫ୍ ର ଯବାନ ମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ମହିଳା କଲ୍ୟାଣ କେନ୍ଦ୍ରର ପୃଷ୍ଠପୋଷକ ଜେ. ରାମଲକ୍ଷ୍ମୀ ଯୋଗ ଦେଇ ବିଶେଷ କରି ମହିଳା ମାନଙ୍କୁ ପ୍ରତିଦିନ ଯୋଗଭ୍ୟାସ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ଶିବିରର ଆୟୋଜନ ତଥା ସଂଚାଳନ କରିବାରେ ଗତିକୃଷ୍ଣ ନାୟକ ଉପମହାପ୍ରବନ୍ଧକ (ସମ୍ବଳ) ଏବଂ ପ୍ରଭାରି ମାନବ ସମ୍ବଳ ପ୍ରବନ୍ଧକ କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ପ୍ରବନ୍ଧକ (ଏଚଆରଏମ) ରଣଜିତ କୁମାର ପଣ୍ଡା, କଲ୍ୟାଣ ଅଧିକାରୀ ଦୈତାରୀ ସେଠୀ ଏବଂ ଦେବୀ ପ୍ରସାଦ ପାଢୀ ସହଯୋଗ କରିଥିଲେ ।