ପୋଲ ରୁ୩୦ପୁଟ ତଳକୁ ଖସିଲା କାର : ଜଣେ ମୃତ, ୪ ଆହତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଅଡବା ଥାନା ଖlରୀଗୁଡା ଗାଁ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗାଁ ନିକଟସ୍ତ ଏକ ବୁଲାଣିରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର ।ଫଳରେ ଏଥିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଏକ କାର ରେ ଗୋଟିଏ ପରିବାରର କୋଲକାତା ରୁ ରାୟଗଡା ଜିଲ୍ଲା ଟିକିରି ଯାଉଥିଲେ । ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗ ର ହୋଇଥିବା ବେଳେ ମୃତ ମହିଳା ହେଲେ କୋଲକତା ସାହପୁର ର ଚିତ୍ରିତ ଦତ୍ତ (୬୫) । ଆହତ ମାନେ ହେଲେ ମୃତ୍ୟୁ ମହିଳାଙ୍କ ସ୍ୱାମୀ ଜେକେ ଦତ୍ତ (୭୩) , ପୁଅ ଚିରଞ୍ଜିତ ଦତ୍ତ (୩୫), ବୋହୁ ଇସିତା ଦତ୍ତ (୩୩) ଓ ନାତି ଆରିକ ଦତ୍ତ (୨ )ବର୍ଷୀୟ ଶିଶୁ ପୁତ୍ର ରହିଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ବିରିକୋଟ , ଅଡବା ମେଡିକାଲ ସ୍ଥାନାନ୍ତର କରାଯିବା ପରେ ମୋହନା ମେଡିକାଲ ଅଣାଯାଇଛି । ଅଡବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମିଳିଥିବା ସୂଚନା ପ୍ରକାରେ କୋଲକତାର ଚିରଞ୍ଜିତ ଟିକିରୀ ରେ ଚାକିରୀ କରୁଛନ୍ତି । ସୋମବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ନିଜ କାର ରେ କୋଲକତାରୁ ତାଙ୍କ ପରିବାର ୫ ଜଣ ଟିକିରି ଯାଉଥିଲେ । ଖlରୀଗୁଡା ନିକଟରେ ଏକ ବୁଲାଣିରେ ହଟାତ ଏକ କୁକୁର କାର ସାମ୍ନାକୁ ଦୌଡ଼ି ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଥିଲେ । ଫଳରେ ରାସ୍ତା କଡରେ ଥିବା ଏକ ପୋଲ ତଳକୁ ଖସି ପଡ଼ିଥିଲା କାର । ଘଟଣା ରୁ ପ୍ରକାଶ ନିଜ ପରିବାର ସହ କଲିକତା ରୁ ରବିବାର ଦିନ ବାହାରି ଭୁବନେଶ୍ୱର ରେ ରାତର ଯାପନ କରି ସକାଳୁ ବାହାରି ଟିକିରି ନିଜ ଜୋବ କରୁଥିବା ସ୍ଥାନ କୁ ଯିବା ବେଳେ ଏଭଳି ଘଟଣା ଘଟିଛି ଘଟଣା ସ୍ଥଳରେ ଅଡ଼ବା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ଉକ୍ତ ପୋଲ ଦୁଇ ପାଶ୍ୱରେ କୋଣସୀ ମଧ୍ୟ ପାଚେରୀ ନଥିବାରୁ ଏଭଳି ଘଟଣା ଘଟୁଥିବା ଗ୍ରାମ ବାସୀ କହିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ