ଅବକାରୀ ବିଭାଗର ସଫଳତା : ଗଞ୍ଜେଇ ସହ ବିପୁଳ ପୋଚ ଓ ମହୁଲି ମଦ ଜବତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପୋଲିସ ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଚୋରା ଗଞ୍ଜେଇ ଓ ମଦ କାରବାର ବିରୁଦ୍ଧରେ ସମଗ୍ର ଜିଲ୍ଲାରେ ପୋଲିସ ପକ୍ଷରୁ ବ୍ୟାପକ ପେଟ୍ରୋଲିଂ ଓ ଚଢଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ଜିଲ୍ଲାର
ଅଡ଼ବା ଥାନା ଅଧିନସ୍ଥ କେଶରୀଗୁଡା ପଞ୍ଚାୟତ ଡେଙ୍କାବନ୍ଧ ଜଙ୍ଗଲରୁ ୨ କ୍ଵିଇଣ୍ଟାଲ ଗଞ୍ଜେଇକୁ ଜବତ କରିଛି ଅଡ଼ବା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାବନ୍ଧ ନିକଟସ୍ଥ ଜଙ୍ଗଲକୁ ପହଞ୍ଚି ଚଡାଉ କରିଥିଲା ପୁଲିସ. ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ 2 କ୍ଵିଣ୍ଟାଲ ଗଞ୍ଜେଇକୁ ଜବତ କରାଯାଇଛି. ଏହି ଚଢାଉ ବେଳେ ପୁଲିସକୁ ଦେଖି ଗଞ୍ଜେଇ ଚୋରା ମାଫିଆମାନେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୌଡ଼ି ଆତ୍ମଗୋପନ କରିଥିବା ସୂଚନା ମିଳିଛି । ପୋଲିସ 8 ଗୋଟି ଜରି ପ୍ୟାକେଟରେ ଗଛିତ ଥିବା ଗଞ୍ଜେଇକୁ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୋଲିସ ଜବତ କରିଥିଲେ. ପରେ ଓଜନ କରିବାରୁ ୨କ୍ଵିଣ୍ଟାଲ ଗଞ୍ଜେଇ ଥିବା ସୂଚନା ମିଳିଛି. ଏହି ମାମଲାରେ ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିଥିବା ଗଞ୍ଜେଇ ମାଫିଆମାନଙ୍କ ବିରୁଦ୍ଧରେ NDPS ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଅଡ଼ବା ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବିଷୋୟୀ ସୂଚନା ଦେଇଛନ୍ତି । ଠିକ ସେହିପରି ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ମଧ୍ୟ ସମଗ୍ର ଜିଲ୍ଲାରେ ଚୋରା ମଦ ଓ ଗଞ୍ଜେଇ କାରବାରକୁ ବିଲୋପ ପାଇଁ ସାରା ଜିଲ୍ଲାରେ ଚଢଉ ଜାରି ରହିଛି. ଏହି ଅବସରରେ ଅଡବା ଥାନା ଅନ୍ତର୍ଗତ କଟାମା ଗ୍ରାମରେ ଚୋରା ଦେଶୀ ମଦ ପ୍ରସ୍ତୁତ ପାଇଁ ବେଆଇନ ଭାବେ ମହୁଲ ଫୁଲ ଗଛିତ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ମୋବାଇଲଟିମ ଚଢାଉ କରିଥିଲେ. ଏଥିରେ 900 କିଲୋଗ୍ରାମ ବେଆଇନ ମହୁଲ ଫୁଲ ଜବତ କରାଗଲା. ବେଆଇନ ମହୁଲ ଫୁଲ ଗଛିତ ରଖିବା ଅପରାଧରେ କ୍ରିସପ୍ରିନ ବେହେରା ନାମକ ଜଣକୁ ଗିରଫ କରାଯାଇ କୋୖର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି. ସେହିପରି ଏହି ମୋବାଇଲ ଟିମ ଦ୍ୱାରା କିରିମ୍ବା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚୋରାରେ ମହୁଲି ମଦ ପ୍ରସ୍ତୁତ ହେଉଥିବା ସୂଚନା ଅନୁଯାୟୀ ଚଢାଉ କରାଯାଇଥିଲା. ଏଥିରେ 3,400 ଲିଟର ମହୁଲି ପୋଚ ଜବତ କରାଯାଇ ନଷ୍ଟ କରାଯିବା ସହ 160 ଲିଟର ମହୁଲି ମଦକୁ ଜବତ କରାଗଲା. ଏହି ମାମଲାରେ ଲୁଲୁ ବଳିୟାର ସିଂ ନାମକ ଜଣକୁ ଗିରଫ କରାଯାଇ କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି.


