ଉଚ୍ଚଶିକ୍ଷା ପାଇଁ ମୁମ୍ବାଇରେ ଦାଦନ ଖଟୁଥିଲେ ଯୁବତୀ: ଫେରିଲେ ଶବ ହୋଇ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ହଟୁନି ଦାଦନଙ୍କ ଯାତନା. ପରିବାର ପରିପୋଷଣ ପାଇଁ ନିଜ ଘର ଦ୍ୱାର ଛାଡି ରାଜ୍ୟ ବାହାରକୁ ଦାଦନ ଯାଇ ଖଟୁଥିବା ଗଜପତିର ଶ୍ରମିକମାନଙ୍କ ବାରମ୍ବାର ମୃତ୍ୟୁ ଘଟୁଛି. ବର୍ତ୍ତମାନ ଉଚ୍ଚଶିକ୍ଷା ପାଇଁ ମୁମ୍ବାଇରେ ଦାଦନ ଖଟୁଥିବା ଗଜପତିର ଜଣେ ଯୁବତୀଙ୍କ ମୃତ୍ୟୁ ସେଠାରେ ହୋଇଛି. ଅଧିକ ପାଠ ପଢିବା ପାଇଁ ମୁମ୍ବାଇରେ ଦାଦନ ଖଟୁଥିବା ଯୁବତୀ ଶବ ହୋଇ ଫେରିଲେ ଗଜପତି ଜିଲ୍ଲାକୁ. ଯୁକ୍ତ ଦୁଇରେ ନାମ ଲେଖାଇ ପାଠ ପଢ଼ିବାର ସ୍ଵପ୍ନ ଦେଖୁଥିଲୋ ହେଲେ ପରିବାରର ଆର୍ଥିକ ଅନଟନ ତାଙ୍କ ସ୍ୱପ୍ନରେ ବାଧା ସାଜିଥିଲା। ଶେଷରେ ପାଠପଢ଼ା ଛାଡ଼ି ନିଜେ କିଛି ରୋଜଗାର କରି ପୁଣି ପାଠପଢ଼ା ଜାରି ରଖିବା ଆଶାରେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ ଗଜପତିର ଯୁବତୀ. ହେଲେ ଦୁଇ ମାସ ପରେ ଘରକୁ ଫେରିଲା ତାଙ୍କ ମୃତଦେହା ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗାଁରୋ ମୃତ ଯୁବତୀ ହେଉଛନ୍ତି ଆଲିନା ମଲ୍ଲିକା ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିବା ପରେ ଆଲିନାଙ୍କ ଆଖିରେ ଥିଲା ଉଚ୍ଚଶିକ୍ଷାର ସ୍ୱପ୍ନା ଯୁକ୍ତ ଦୁଇରେ ନାମ ଲେଖାଇ ପାଠପଢ଼ା ଜାରି ରଖିବାକୁ ସେ ଚାହୁଁଥିଲୋ କିନ୍ତୁ ପରିବାରର ଆର୍ଥିକ ଅନଟନ ତାଙ୍କ ଶିକ୍ଷା ଜାରି ରଖିବାରେ ବାଧା ସାଜିଥିଲା ନିଜେ କିଛି ଟଙ୍କା ରୋଜଗାର କରି ପରେ ପାଠପଢ଼ା ଜାରି ରଖିବେ ବୋଲି ଆଶା ରଖ୍ ପ୍ରାୟ ଦୁଇ ମାସ ତଳେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲୋ ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ଘରେ କାମ କରି ରହୁଥିଲେ. ଆଲିନା ତେବେ ହଠାତ୍ ସେ ପେଟ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇଥିଲ. ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଲିନାଙ୍କ ମୃତ୍ୟୁ ହୋଇଥିଲା. ଯେଉଁ ଝିଅ ନିଜ ପାଠପଢ଼ା ପାଇଁ ଟଙ୍କା ରୋଜଗାର କରିବାକୁ ଘରୁ ବାହାରିଥିଲେ, ଶେଷରେ ମୃତଦେହ ହୋଇ ଗାଁକୁ ଫେରିଲୋ ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ଆଲିନାଙ୍କ ମୃତଦେହ ମୁମ୍ବାଇରୁ ଗାଁକୁ ଆଣିବା ପାଇଁ ଗ୍ରାମବାସୀ ଚାନ୍ଦା ଆଦାୟ କରିଥିବା ଜଣାପଡ଼ିଛି.ଅତ୍ୟନ୍ତ ଶୋକାକୁଳ ପରିବେଶରେ ଆଲିନାଙ୍କ ମୃତଦେହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି. ଗରିବ ଏହି ପରିବାରକୁ ସରକାରୀ ସାହାର୍ଯ୍ୟ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


