ମୋ ସ୍କୁଲ ଅଭିଯାନରେ ସାମିଲ ହେଲେ ଯୁବ ସରପଞ୍ଚ

ଶେରଗଡ଼, (ବିଭୁ ପ୍ରସାଦ ଦାସ) :ସମୟ ବଦଳିବା ସହ ମଣିଷର ଚାଲିଚଳନରେ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି । ଯେପରିକି ଜନ୍ମ, ଦିନକୁ ଯୁବପିଢି ବର୍ତ୍ତମାନ ସମୟରେ ପାଶ୍ଚାତ୍ୟ ପରାମ୍ପରାରେ ପାଳନ କରିବା ଦେଖିବାକୁ ମିଳୁଛି। ମନୋରଞ୍ଜନ କାର୍ଯ୍ୟକ୍ରମ ସହ ବିଭିନ୍ନ ରଙ୍ଗାରଙ୍ଗ ପଦ୍ଧତି ମାଧ୍ୟମରେ ଜନ୍ମ ଦିନ ପାଳନ କରି ଅବନତି ଆଡକୁ ଯିବାର ଅନେକ ଚିତ୍ର ସାମ୍ନାକୁ ଆସୁଛି । କିନ୍ତୁ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ନିଆରା ଭାବେ ଜନ୍ମ ଦିନ ପାଳନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ପ୍ରତିବର୍ଷ ଅସହାୟ ବ୍ୟକ୍ତିବିଶେଷଙ୍କ ଗହଣରେ ଜନ୍ମ ପାଳନ କରୁଥିବା କୃଷ୍ଣଚନ୍ଦ୍ର ଚଳିତ ବର୍ଷ ନିଜର ପ୍ରାଥମିକ ଶିକ୍ଷା ଅଧ୍ୟୟନ କରିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋଠଗାଁର ବିକାଶ ସକାଶେ \”ମୋ ସ୍କୁଲ ଅଭିଯାନ\”ରେ ସାମିଲ ହୋଇ ସମାଜ ପାଇଁ ଉଦାହରଣ ସାଜିଛନ୍ତି । ଏଭଳି ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ