ଭଲ ଲୋକଙ୍କୁ ଭୋଟ ଦିଅ : ଚାଲିଛି ପ୍ରଚାର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରାଜଧାନୀରେ ନିର୍ବାଚନ ପ୍ରଚାର ଯୋର ସୋର ଚାଲିଛି । ବ୍ରହ୍ମେଶ୍ୱର ପାଟଣା ଅଂଚଳରେ ଭଲ ଲୋକଙ୍କୁ ଭୋଟ୍ ଦେବାକୁ ଚାଲିଛି ନିର୍ବାଚନ ପ୍ରଚାର । ଭୋଟରଙ୍କୁ ସଚେତନତା କରାଇବା ପାଇଁ ରାଜଧାନୀରେ ବାହାରିଲା ସଚେତନତା ରଥ ବୁଲି ପ୍ରଚାର କରୁଥିବା ବେଳେ ପ୍ରାର୍ଥୀମାନେ ମଧ୍ୟ ପ୍ରଚାର କରୁଛନ୍ତି । ଆମ ଅଂଚଳର ଉନ୍ନତି ପାଇଁ ଉପଯୁକ୍ତ ପ୍ରାର୍ଥିଙ୍କୁ ଭୋଟ୍ ଦେବା । ଉପଯୁକ୍ତ ପ୍ରାର୍ଥିଙ୍କୁ ଭୋଟ୍ ଦେଲେ ହିଁ ଅଂଚଳର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ । ଏଣୁ ଭଲ ଲୋକଙ୍କୁ ଭୋଟ ଦେବା । ଏହି ବାର୍ତା ନେଇ ଏକାମ୍ର ଜନ ଜାଗରଣ ମଂଚ ପକ୍ଷରୁ ଭୋଟିରଙ୍କୁ ସଚେତନତା ରଥ ମାଧ୍ୟମରେ ସଚେତନ ରଥ ବୁଲୁଛି । ସେହିପରି ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ଲୋକଙ୍କୁ ଭୋଟ ଦେବାକୁ ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର ନିବେଦନ କରିଛନ୍ତି । ମଳୟଙ୍କ କହିବା ମୁତାବକ ସେ ସ୍ୱାଧିନରେ ବିଜୟ ହୋଇ ୨୦୦୩ମସିହାରେ କର୍ପୋରେଟର ଥିବା ବେଳେ ଟଙ୍କପାଣି ରୋଡ଼୍ ମଝିରେ ଦୟା ୱେଷ୍ଟ କେନାଲ ଉପରେ ଛୋଟ ରାସ୍ତାଥିଲା । ସେ ଆସିବାର ୩ମାସ ପରେ ଏହାକୁ ୨ଗୁଣା ଚଉଡ଼ା କରିଥିଲେ । ସେହି ସମୟରେ ଉକ୍ତ ଅଂଚଳର ସବୁ ରାସ୍ତା ଓ ଡ୍ରେନ୍ ତିଆରି କରିଥିଲେ । ସେହିପରି ୨୦୦୮ମସିହାରେ ଜିତିବା ପରେ କମ୍ୟୁନିଟି ସେଂଟର, ସ୍ଥାନୀୟ ହସ୍ପିଟାଲର ଉନ୍ନତି, ରବି ଟକିଜ୍ ଛକରୁ ସାମନ୍ତରାପୁର ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ସମେତ, ବ୍ରହ୍ମେଶ୍ୱର ଛକ, ବ୍ରହ୍ମେଶ୍ୱର ମନ୍ଦିର, ରବିଟକିଜ୍ ଛକରେ ହାଇମାକ୍ସ ଲାଇଟ୍ ଲଗାଯାଇଥିଲା । ଏଥର ନମିତା ମହାପାତ୍ର ସ୍ୱାଧିନରେ ଠିଆ ହୋଇଛନ୍ତି । ବ୍ରହ୍ମେଶ୍ୱର ପାଟଣା ଅଂଚଳକୁ ଏକ ଆଦର୍ଶ ୱାର୍ଡ ଗଠନ ପାଇଁ ସେ ଘୋଷଣା କରିଛନ୍ତି । ସେପଟେ ସଚେତନତା ରଥ ବିଭିନ୍ନ ଗଳି କନ୍ଦିରରେ ବୁଲି ଭଲ ଲୋକ ଓ ଶିକ୍ଷିତ ଲୋକଙ୍କୁ ଭୋଟ୍ ଦେବାକୁ ପ୍ରଚାର କରାଯାଉଛି ।


