ଶାଳବଣୀ ଗ୍ରାମର ରାସ୍ତାକାର୍ଯ୍ୟର ତଦନ୍ତ କଲେ ଯନ୍ତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ବେଆଇନ ଭାବେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଓ ତାହା ଅତି ନିମ୍ନାମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରିବାପରେ ଏହାର ତଦନ୍ତ କରିଛନ୍ତି ବ୍ଲକର କନିଷ୍ଠଯନ୍ତ୍ରୀ । ଏହି ପଞ୍ଚାୟତର ଶାଳବଣୀ ହାଇସ୍କୁଲ ଗେଟ ସମ୍ମୁଖରେ ଦେଢ଼ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା କଂକ୍ରିଟ ରାସ୍ତାର ତଦନ୍ତ କରି ଉପଯୁକ୍ତ କାମ କରାଯାଉଥିବା ଦେଖିବାକୁ ପାଇଥିଲେ । କାର୍ଯ୍ୟ ହେଉଥିବା ସ୍ଥାନରେ ସୁଚନା ଫଳକ ଲାଗିଥିବାବେଳେ ଶ୍ରମିକ ମାନଙ୍କ ଦ୍ୱାରା ଓ ଉପଯୁକ୍ତ ଭାଗମାପରେ କଂକ୍ରିଟ କାମ କରାଯାଉଥିବା, ଏପରିକି ଭାଏବ୍ରେଟର ବ୍ୟବହାର କରାଯାଉଥିବା ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ଏହି ରାସ୍ତାକାର୍ଯ୍ୟ ନିମ୍ନମାନର ଓ ସୁଚନା ଫଳକ ଲଗା ଯାଇ ନଥିବା ସମ୍ପର୍କରେ କିଛି ଗ୍ରାମବାସୀ ଅଭିଯୋଗ କରିଥିେଲେ ।