ପ୍ରଣବ, ପ୍ରତାପ ଓ ସଞ୍ଜୟଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି । ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ସଂଗଠନର ଦାୟିତ୍ୱ ମିଳିଛି । ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ମିଳିଛି । ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ ପଦବୀ ସୃଷ୍ଟି ହେଲା । କେବଳ ଭାରତୀୟ ଜନତା ପାର୍ଟିରେ ପୂର୍ବରୁ ଏହି ପଦବୀ ରହିଛି । ସେମିତି ସାଧାରଣ ସଂପାଦକ ମୁଖ୍ୟାଳୟ ପଦବୀ ବି ବିଜେଡିରେ ପ୍ରଥମ ଥର ଆରମ୍ଭ ହୋଇଛି ।


