କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ ସମସ୍ତ କେନ୍ଦ୍ରାପଡାବାସୀ । ଏହି ଅବସରରେ ମହୋତ୍ସବ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ତଥା ସରକାରୀ ଓକିଲ ସଞ୍ଜୟ କୁମାର ଜେନା କହିଲେ ବାଲିଯାତ୍ରା ମହୋତ୍ସବ ବୁଣିଲା ଭାଇଚାରାର ମଞ୍ଜି । ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସେକ ସମସୁର ଯୋଗଦେଇ କେନ୍ଦ୍ରାପଡା ଯୁଗେ ଯୁଗେ ମାନବ ସମ୍ବଳକୁ ସମୃଦ୍ଧ କରିଛି । ଏଠାରେ ଯିଏ ଥରେ ପାଦ ଦେଇଛି ସେ ଫେରିବାର ବାଟ ଭୁଲିଯାଇଛି ବୋଲି ମୁଖ୍ୟ ଅତିଥି ସେକ ସମସୁର ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭାରତୀୟ ଜୀବନ ବୀମା ନିଗମର ବିକାଶ ଅଧିକାରୀ ନିମାଇଁ ଚରଣ ନାୟକ ଯୋଗଦେଇ ତାଙ୍କଘର ଜଗତସିଂହପୁର ହେଲେ ମଧ୍ୟ ସେ କେନ୍ଦ୍ରାପଡାକୁ ଆସି ତାଙ୍କରେ କର୍ମମୟ ଜୀବନ ଆରମ୍ଭକରି ଓଡିଶାରେ ଏକ ନମ୍ବର ହୋଇପାରିଛନ୍ତି । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମର ଅଧିକାରୀ ନିରଞ୍ଜନ ମିଶ୍ର ଯୋଗଦେଇ କହିଥିଲେ ଯେ ତାଙ୍କଘର ଶ୍ରୀକ୍ଷେତ୍ର ହୋଇଥିଲେ ମଧ୍ୟ ସେ ତୁଳସୀକ୍ଷେତ୍ରକୁ ଆସି ଆଉ ଫେରିପାରିନାହାନ୍ତି । କେନ୍ଦ୍ରାପଡାର ଐତିହ୍ୟ,ସଂସ୍କୃତି ଓ ପରମ୍ପରା ଏତେ ମହାନ ଯେ ଏହା ଓଡିଶାର ଆଉ କେଉଁଠାରେ ଦେଖାଯାଏ ନାହିଁ । ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶୁଭାଂଶୁ କୁମାର ଦାସ ଅତିଥି ପରିଚୟ,ରମଣୀରଞ୍ଜନ ରାଉତରାୟ ସ୍ୱାଗତ ଭାଷଣ ଓ ଉପସଭାପତି ଧିରେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦକ କିଶୋର ପ୍ରଧାନ,କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରପାଠୀ,ସରପଂଚ ପୀତବାସ ବେହେରା,ମୀର ସଫିକ,ନାଏବ ସରପଂଚ ସୁନିତା ସାହୁ, କମିଟି ସଦସ୍ୟ ଗଗନ ବିହାରୀ ଜେନା, ମୃତ୍ୟୁଞ୍ଜୟ ସାହୁ, ପ୍ରମୋଦ ପ୍ରଧାନ, ଟୁଟୁ ଗେରୁ, କୈଳାସ ଗେରୁ, ପ୍ରଦୀପ ରଥ, ସେକ ମତୁ, ମହମ୍ମଦ ସେକ ଇନାୟତ, ଜିତୁ ଗେରୁ, ଜଗନ୍ନାଥ ଦାସ, ତ୍ରିଲୋଚନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାର ଦେଖାଯାଇଥିଲା ।


