ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି କାଟୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶିକିରି କ୍ଲଷ୍ଟର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ,ସାରୁ ଠାରେ ବୁଧବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି।ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାରୁ ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ନୀଳାଚଳ ସାହୁ ଯୋଗ ଦେଇ ଦ୍ୱୀପ ପ୍ରଜ୍ବଳନ କରି ମେଳାର ଶୁଭ ଉଦଘାଟନ କରିଥିଲେ।ବିଜ୍ଞାନ ମେଳା ଜରିଆରେ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣ ବିକଶିତ କରାଇବା ଦିଗରେ ବିଶେଷ ସହାୟକ ହେବ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ବିଜ୍ଞାନ ମଡେଲ ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପରେ ଅନ୍ୟ ମାନଙ୍କମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ବିଶେଷ ଆଗ୍ରହ ସୃଷ୍ଟି କରିବା ସହ ଭବିଷ୍ୟତରେ ଏକ ଦକ୍ଷ ବୈଜ୍ଞାନିକ ଭାବେ ନିଜ ଦକ୍ଷତା ପ୍ରତିପାଦନ କରିବା ଲାଗି ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ।ଏଥିପାଇଁ ବିଜ୍ଞାନ ଓ ତତ୍ ସମ୍ୱନ୍ଧୀୟ ପାଠ୍ୟକ୍ରମ ପ୍ରତି ବିଶେଷ ରୁଚି ରଖି ଛାତ୍ର ଛାତ୍ରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଉଚିତ ଶିକ୍ଷା ଗ୍ରହଣ କରି ନିଜକୁ ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ କୁମାର ପାଢ଼ୀ,ପ୍ରସନ୍ନ କୁମାର ସେଠୀ,ଆରତୀ ସାହୁ, ମମତା ପାଠୀ, ଚିନ୍ମୟୀ ପାଢ଼ୀ,ଅରୁଣ ଚୌଧୁରୀ, ଦିଲେଶ୍ୱର ବେହେରା, କେ. କରୁଣା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।ଏକ ଦିବସୀୟ ଏହି ବିଜ୍ଞାନ ମେଳାରେ ୨୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଜ୍ଞାନ ମଡେଲ ପ୍ରଦର୍ଶିତ କରିଥିଲେ।ସ୍ଥାନୀୟ ବ୍ଲକର ବିଦ୍ୟାଳୟ ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।