ସୈନିକ ସ୍କୁଲ ପରିସରରେ ଶହୀଦ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ପ୍ରାଙ୍ଗଣରେ ମରଣୋତ୍ତର ସୂର୍ଯ୍ୟଚକ୍ରରେ ସମ୍ମାନିତ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଶହୀଦ୍ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉତ୍ସବ ଗତକାଲି ସକାଳେଅନୁଷ୍ଠିତ ହୋଇଯାଇଛି  û ଏହି କାର୍ଯ୍ୟକ୍ରମରେ ଏହି  ଶହୀଦ୍ ଙ୍କ ପିତା ଶ୍ରୀ ରବୀନ୍ଦ୍ର ଭାରତୀ ଓ ମାତା ଗୀତା ଦେବୀ  ଯୋଗଦେଇ  ଶହୀଦ୍ ଆଶୁତୋଷଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଛତିଶଗଡ ଏବଂ ଓଡିଶା ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର ବିଘ୍ନେଶ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଓ ପ୍ରତିରକ୍ଷା ବାହିନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦେଇଥିବା ବେଳେ ଶହୀଦ ଆଶୁତୋଷଙ୍କଭଉଣୀ ଅଂଶୁକୁମାରୀ , ଅନ୍ୟ ପରିବାରବର୍ଗ ଓ ବହୁ ସହପାଠୀ ଉପସ୍ଥିତ ଥିଲେ । ସୈନିକ ସ୍କୁଲର ଅଧ୍ୟକ୍ଷ ଏସ୍. ଡୋମିନିକ୍ ରାୟନ, ବିଦ୍ୟାଳୟରପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତିକା ଶର୍ମା ଓ ଉପାଧ୍ୟକ୍ଷା କମାଣ୍ଡର ଉଷା ସାଙ୍ଗଓ୍ୱାନ ଯୋଗଦେଇ ଶହୀଦଙ୍କ ସମ୍ମାନାର୍ଥେ ସମସ୍ତ ବ୍ୟବସ୍ଥା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଶହୀଦ୍ ଆଶୁତୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦ୍ ଙ୍କ ପିତାମାତା ଓ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ଚାରା ରୋପଣ କରାଯାଇଥିଲା ।  ଉତ୍ସବରେ ସୈନିକ ସ୍କୁଲର ପୁରାତନ  ଛାତ୍ର ସଂସଦର ବହୁ ପ୍ରତିନିଧି, ଛାତ୍ରଛାତ୍ରୀ, ବିଦ୍ୟାଳୟର ଏବଂ କର୍ମଚାରୀମାନେ ଉପସସ୍ଥିତ ରହି  ଶହୀଦ୍ ଆଶୁତୋଷଙ୍କ ସ୍ମୃତିରେ  ଭାରତ ମାତା କି ଜୟ’, ‘କ୍ୟାପଟେନ୍ ଆଶୁତୋଷ କୁମାର ଅମର ରହେ’  ସ୍ଲୋଗାନ୍  ଦେଇ ତାଙ୍କ ଅମରାତ୍ମା ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ ।ଦେଶପାଇଁ ଶହୀଦ ହୋଇଥିବା କ୍ୟାପଟେନ୍ ଆଶୁତୋଷଙ୍କପ୍ରତିମୂର୍ତ୍ତି ସ୍ଥାପନ ବିଦ୍ୟାଳୟ ପରିସରରେ ଏକ ଆବେଗ ଓ ଗୌରବମୟ ପରିବେଶ ସୃଷ୍ଟି କରିଥିଲା । ପ୍ରତିମୂର୍ତ୍ତି ଉନ୍ମୋଚନ ପରିପ୍ରେକ୍ଷୀରେ ସୈନିକ ସ୍କୁଲର ବିବେକାନନ୍ଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ  ଶହୀଦଙ୍କ ପିତା ମାତାଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । ଶହୀଦ୍ ଆଶୁତୋଷଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମ, ଆଗାମୀ ପିଢିର ସୈନିକ ସ୍କୁଲ କ୍ୟାଡେଟ୍ ମାନଙ୍କ ପାଇଁ ନିଶ୍ଚିତ ରୂପେ ପ୍ରେରଣାଦାୟକ ହୋଇ ରହିବ । ସୂଚନା ଯୋଗ୍ୟ ଯେ, 15 ଅକ୍ଟୋବର 1996 ରେ ବିହାର ପ୍ରଦେଶର ମାଧେପୁର ଜିଲ୍ଲାର ପରମାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା କ୍ୟାପଟେନ୍ ଆଶୁତୋଷ କୁମାର, ଭୁବନେଶ୍ୱର ସୈନିକ ସ୍କୁଲରେ ଅଧ୍ୟୟନ ଶେଷ କରି ଜାତୀୟ ପ୍ରତିରକ୍ଷା ବାହିନୀ(ଏନ୍. ଡି.ଏ)ରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଥିଲେ ଓ ପ୍ରଶିକ୍ଷଣ ପରେ ଡେରାଡୁନ୍ ସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀରେ ଶିକ୍ଷା ସମାପ୍ତି କରିଥିଲେ ।  ଜୁନ୍ 2018ରେ ସେ ଜଣେ କମିଶନଡ ଅଫିସର ଭାବେ 18-ମାଡ୍ରାସ ରେଜିମେଣ୍ଟରେ ଯୋଗଦାନ କରିଥିଲେ । 2020 ନଭେମ୍ବରରେ ସେ ଏହି  ରେଜିମେଣ୍ଟରେ  କୁପଓ୍ୱାରା ଜିଲ୍ଲାରେ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଶତ୍ରୁସେନାଙ୍କ ଗୁଳିରେ  ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ସହିତ ଆହତ ହୋଇଥିବା 4 ଜଣଙ୍କ ମଧ୍ୟରୁ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ସମେତ ତାଙ୍କର ହାବିଲଦାର ପ୍ରବୀଣ କୁମାର ଏବଂ ରାଇଫଲ୍ ମ୍ୟାନ୍ରାଡା ମାହେଶ୍ୱର ଶହୀଦ୍ ହୋଇଥିଲେ । ଅତୁଳନୀୟ ସାହସ, କର୍ତ୍ତବ୍ୟ ନିଷ୍ଠା ଓ ଦେଶପାଇଁ  ତ୍ୟାଗ ନିମନ୍ତେ ପାଇଁ କ୍ୟାପଟେନ୍ ଆଶୁତୋଷଙ୍କୁ2021  ମସିହା ସ୍ୱାଧୀନତା ଦିବସରେ ମରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ