ସ୍ୱାସ୍ଥ୍ୟ ମେଳା ପ୍ରଚାର ରଥର ଶୁଭାରମ୍ଭ କଲେ ବିଡ଼ିଓ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସ୍ୱାସ୍ଥ୍ୟ ସୁରକ୍ଷା ଜୀବନ ରକ୍ଷା ସ୍ବାସ୍ଥ୍ୟ ହିଁ ସମ୍ପଦ, ନିଜେବଞ୍ଚ ଅନ୍ୟ ମାନଙ୍କୁ ବଞ୍ଚାଅ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲ ୨୨ ତାରିଖରେ ଆୟୋଜିତ ହେବାକୁ ଥିବା ବ୍ଳକସ୍ତରୀୟ ସ୍ୱାସ୍ଥ୍ୟ ମେଳା ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଲୋକମାନଙ୍କୁ ସଚେତନ କରିବା ସକାଶେ ପ୍ରଚାର ରଥ ଗାଡ଼ିର ଶୁଭାରମ୍ଭ ଅବସରରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ସବୁଜ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିବା ଜଣାପଡିଛି । ରାଜ୍ୟ ସରକାର ଗ୍ରାମାଞ୍ଚଳ ଲୋକମାନଙ୍କୁ ମାଗଣାରେ ରୋଗୀ ସେବା ଯୋଗାଇ ଦେବା ପାଇଁ ବ୍ଳକସ୍ତରୀୟ ସ୍ବାସ୍ଥ୍ୟ ମେଳା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ଆଜି ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏହି ପ୍ରଚାର ରଥକୁ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ବିଡ଼ିଓଙ୍କ ଦ୍ବାରା ଉଦଘାଟନ ପରେ ଏହି ରଥ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତରେ ପହଞ୍ଚି ଲୋକମାନଙ୍କୁ ସଚେତନ କରାଇବା ସହ ବିଭିନ୍ନ ବିଭାଗରୁ ଆସିଥିବା ଡାକ୍ତରଙ୍କୁ ନିଜ ରୋଗ ସମ୍ବନ୍ଧରେ ଜଣାଇବା ସହ ମାଗଣା ରୋଗୀସେବାରୁ ବଞ୍ଚିତ ନହେବାକୁ ବାର୍ତ୍ତା ଦେଇଥିବା ଜଣାପଡିଛି । ଏହି ରଥ ଗାଡ଼ିର ଶୁଭାରମ୍ଭ ସମୟରେ ସମନ୍ଵିତ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ . ଶୁଭାଶିଷ ସାହୁ , ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡଃ . ବିଜୟ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ୍ ଶୁଭେନ୍ଦୁ କୁମାର ଦାସ ସଂଯୋଜନା କରିଥିବା ବେଳେ ପିଏଚଇଓ ଅନୀତା ପ୍ରଧାନ , ବିଡିଏମ୍ ଶୁଭାଶିଷ ପାତ୍ର , ବିଏଏମ୍ ପ୍ରଶାନ୍ତ କୁମାର ସେଠୀ , ଏମପିଏଚଡାବ୍ଳୁ ପ୍ରଦୀପ କୁମାର ବେହେରା , ଇ. ତାରିଣୀ ଚରଣ , ବଳରାମ ପ୍ରଧାନ , ଜୁନିଅର ଆସିଷ୍ଟାଣ ରବି ନାରାୟଣ ପାତ୍ର , ସୁଦର୍ଶନ ଗୈାଡ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ