ରାସ୍ତାପାଶ୍ୱର୍ରେ ମାଲବାହୀ ଯାନ ପାର୍କିଂ ଉପରେ କଟକଣା

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ବିରଳା ଟାୟାର୍ସ ଫାଟକ ଠାରୁ ନହରପାରଟଣା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଏବଂ ଏଥି ସଂଲଗ୍ନ ସର୍ଭିସ ରାସ୍ତାରେ ସମସ୍ତ ପ୍ରକାର ମାଲବାହୀ ଯାନର ପାର୍କିଂ ଉପରେ କଟକଣା ଜାରି କରାଯାଇଛି । ଏହି ରାସ୍ତାର ବାମପଦା, ରେମୁଣା, ଶାଳବଣୀ, ନୂଆଗାଁ ଏବଂ ନହରପାଟଣା ଅଞ୍ଚଳକୁ ବ୍ଲାକସ୍ପଟ ଭାବେ ଘୋଷଣା କରାଯାଇଥିବା ବେଳେ ଦୁର୍ଘଟଣାକୁ ଏଡାଇବା ପାଇଁ ଏହି ଅଞ୍ଚଳରେ ଯାନବାହାନର ଅବାଧ ପାର୍କିଂ ନ କରିବାକୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମାଲବାହୀ ଟ୍ରକ ସମେତ ଅନ୍ୟାନ୍ୟ ମାଲବାହୀ ଯାନଗୁଡିକ ଗମ୍ଭାରିଆଠାରେ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲରେ ହିଁ ସେମାନଙ୍କ ଗାଡିଗୁଡିକୁ ପାର୍କିଂ କରିବାକୁ କୁହାଯାଇଛି । ଜାରି କରାଯାଇଥିବା କଟକଣାର ଉଲ୍ଲଙ୍ଘନ କଲେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ