ଏସ.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ପ୍ରତିଷ୍ଠା ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆ ଠାରେ ଏସ.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ୭୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନାଉଗାଁ ଆଂଚଳିକ କମିଟି ସଂପାଦକ ମହେଶ୍ୱର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା କମିଟି ସଂପାଦକ କମ୍ରେଡ ସୁବାସ ସ୍ୱାଇଁ ଯୋଗ ଦେଇ ପାର୍ଟି ଗଢି ଉଠିବା ସଂର୍ପକରେ ଆଲୋକପାତ କରିଥିଲେ । ତାଙ୍କ ସହିତ ଆର୍ତ ଦାସ, ପର୍ଶୁରାମ ଜେନା, ରଘୁନାଥ ଦାସଙ୍କ ସହିତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ୨୭ତାରିଖରେ କଟକସ୍ଥିତ ସହୀଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଯୋଗଦାନ କରିବାକୁ ଆହ୍ୱାନ ଦିଆଯାଇଛି ।


