ବିଦେଶୀ ଚୋରା ମଦ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ନାଉଗାଁ (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡାଳୋ ବଜାର ନିକଟରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି | ସୂଚନାମୁତାବକ ନାଉଗାଁ ପୋଲିସ ର ରାତ୍ରି ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଜୁନ ମାସ ୩୦ ତାରିଖ ରାତି ୧୦ ଟା ସମୟରେ ଦୁଇ ଜଣ ଧଳା ରଙ୍ଗର ମାରୁତି ସୁଜୁକି ସ୍ୱିପ୍ଟ ଗାଡିରେ ଜଗତସିଂହପୁର ଆଡକୁ ଯାଉଥିବା  ଏହି ଗାଡିକୁ ସନ୍ଦେହ ହେବାରୁ ମୁଣ୍ଡାଳ ବଜାର ନିକଟରେ ତଲାସୀ ନେବାରୁ ୧୨୫ ଲିଟର ବିଭିନ୍ନ ବ୍ରାଣ୍ଡର ଚୋରା ମଦ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ନାଉଗାଁ ପୋଲିସ ତରଫରୁ କେଶ ନମ୍ବର ୧୭୩/୨୦୨୬, ଧାରା ୧୧୧(୨) ବିଏନଏସ ଧାରା ୫୨(A) ରୁଜୁ କରି ଆଜି କୋଟ ଚାଲାଣ କରାଯାଇଛି |  ଦୁଇ ଅଭିଯୁକ୍ତ ହେଲେ ବାଲିକୁଦା ବ୍ଲକ ଅନ୍ତର୍ଗତ ଓଗରପୁର ଗ୍ରାମର ସଚିନ କୁମାର ନାୟକ ଓ ବଳରାମ ପରିଡା  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ