ଜାତୀୟ ପ୍ରେସ ଦିବସ ପାଳିତ

( ଯୁଗାବ୍ଦ ନ୍ୟୁଜ )ଗଞ୍ଜାମ ଜିଲ୍ଲାର ଭାରତୀୟ ମାନବାଧିକାର ସଂଗଠନ ନ୍ୟାୟ ସୁରକ୍ଷା ପରିଷଦ ଓ ରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନ କମିଟି  ପକ୍ଷରୁ ଭଂଜନଗର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଏଥିରେ ଭଂଜନଗର ଅଂଚଳର ଅନେକ ସାମ୍ୱାଦିକ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏଥିରେ ବହୁସଂଖ୍ୟାରେ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ । ସେହିପରି ଅପରାହ୍ନ ରେ ଭଞ୍ଜନଗର ପ୍ରେସ କ୍ଲବ ତରଫରୁ କେ.ଏସ.ୟୁ.ବି କଲେଜ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ଯୋଗ ଦେଇଥିଲେ । ପ୍ରେସ କ୍ଳବ ସଭାପତି ଲୋକନାଥ କର ଏଥିରେ ସଂଯୋଜନା କରିଥିଲେ । ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ କିଭଳି ଗଣମାଧ୍ୟମ ପରିଚିତ ଓ ଜାତୀୟ ପ୍ରେସ ଦିବସର ଉଦ୍ଦେଶ୍ୟ ଓ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟ ଅତିଥି ମାନେ ନିଜ ନିଜର ମତାମତ ରଖିଥିଲେ । ଏଥିରେ ସାମ୍ବାଦିକ, କଲେଜ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ