ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ମେହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦର୍ଶନୀର ଉଦଘାଟନ କରି ଛାତ୍ରୀ /ଛାତ୍ର ଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହି ଭଳି ବିଜ୍ଞାନ ମେଳା ର ଆବଶ୍ୟକ ରହିଛି ବୋଲି କହିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟିକ ସଭାପତିତ୍ୱ କରି ଶିକ୍ଷା ର ବିକାଶ ବିଜ୍ଞାନ ବିନା ଅସମ୍ଭବ ବୋଲି କହିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ବିଜ୍ଞାନ ମେଳାର ଉଧେଶ୍ୟ ଜ୍ଞାପନ କରି ଜିଲ୍ଲାର ସାତଟି ବ୍ଲକରୁ ପୂର୍ଵ ରୁ ମନୋନୀତ ହୋଇଥିବା ଟେକ୍ନୋଲୋଜି ଓ ଟୟ (toy) ମୁଖ୍ୟବିଷୟ ଉପରେ ଆଧାରିତ ୩୭ ଟି ପ୍ରକଳ୍ପକୂ ପ୍ରକଳ୍ପ କାରି ସେମାନଙ୍କ ସହାୟକ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କ ସହ ଅଂଶ ଗ୍ରହଣ କରିଥିବା କହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ କୁମାର ବେହେରା,ଏସ . କେ. ସି. ଜି.ସ୍ୱଇଂ ଚଳିତ ମହାବିଦ୍ୟାଳୟ ର ପ୍ରଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ଓ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଅନିତା କୁମାରୀ ପାଢ଼ୀ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଦେଇ ଥିଲେ l ସେବାନିବୃତ୍ତ ଶିକ୍ଷକ ବିଚିତ୍ରା ନନ୍ଦ ଵେବର୍ତ୍ତ ସଂଯୋଜନା କରିଥିଲେ l ଉଜାପନୀ ଉତ୍ସବରେ ବାଳକୃଷ୍ଣ ମାଝୀ, ସସ୍ମିତା ଗନ୍ତାୟତ,ଭଗବତ ପାଢ଼ୀ, ବିଜ୍ଞାନ ନିରୀକ୍ଷକ, ବିଚାରକ ଓ ପ୍ରଧାନ ଶିକ୍ଷକ ରାଜ୍ୟ ସ୍ତରକୁ ମନୋନିତ ହୋଇଥିବା ୫ଗୋଟି ପ୍ରକଳ୍ପକାରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ସେମାନେ ହେଲେ ଆଶୁତୋଷ ପାଢ଼ୀ, ମହାରାଜଙ୍କ ଉଚ୍ଚ ବାଳକ ବିଦ୍ୟାଳୟ, ପାରଳାଖେମୁଣ୍ଡି, ସଫିନା ମାଝୀ, ସରକାରୀ ଉନ୍ମିତ ଉଚ୍ଚ ବିଦ୍ୟାଳୟ, ଗରଡ଼ମା, ଫିନସ ଶବର, ଏନ. ଏମ. ଉଚ୍ଚ ବିଦ୍ୟାଳୟ, ନାରାୟଣପୁର, ଶ୍ରବଣ କୁମାର ଶବର, ଉନ୍ନିତ ଉଚ୍ଚ ବିଦ୍ୟାଳୟ, ତାଳମୁଣ୍ଡା ଓ ପ୍ରଶାନ୍ତ ଶବର ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଲୁହଗୁଡି l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରି ଥିବା ବେଳେ ଭି. କୁରମୁନାଦମ ଓ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗିତ ଗାନ କରିଥିଲେ l