ଚିନ୍ତା ବଢାଉଛି ଦିଲ୍ଲୀ ର ବାୟୁ ପ୍ରଦୂଷଣ
(ଯୁଗାବ୍ଦ ନ୍ୟୁଜ) ଦିନ କୁ ଦିନ ବଢିବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୂଷଣ ।ସମଗ୍ର ଦିଲ୍ଲୀ ଏବେ ବିଷବଳୟରେ ପରିଣତ ହୋଇଛି ,ଟିକିଏ ଶୁଦ୍ଧ ବାୟୁ ପାଇଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷପ ନେଉଥଲେ ମଧ୍ୟ ଏହାର କିଛି ଫରକ ଦେଖିବାକୁ ମିଳୁ ନାହିଁ । ଏହି ବାୟୁ ପ୍ରଦୂଷଣ କୁ ଆଖି ଆଗରେ ରଖି ଅଡ ଇଭିନ ନମ୍ବର ପ୍ରଚଳନ କରିଥିଲେ । କିନ୍ତୁ ଏହି ପଦକ୍ଷପରେ ସେମିତି କିଛି ସୁଫଳ ମିଳିନଥିଲା ଦିଲ୍ଲୀ ବାସୀ ଙ୍କୁ । ଶୁଦ୍ଧ ବାୟୁ ଆପଣ ଚାହୁଁଛନ୍ତି କି ତେବେ ଆପଣ ଙ୍କୁ ଗଣିବାକୁ ପଡିବ ୨୯୯ ଟଙ୍କା । ଏଭଳି ଏକ ୨୬ ବର୍ଷୀୟ ଯୁବ ବ୍ୟବସାୟୀ ଆର୍ଯ୍ୟବୀର କୁମାର ଗତ ମେ’ରେ ଦକ୍ଷିଣ ଦିଲ୍ଲୀର ସିଲେକ୍ଟ ସିଟି ୱାକ୍ ମଲ୍ରେ ଏକ ‘ଅକ୍ସିଜେନ୍ ବାର୍’ ଖୋଲିଥିଲେ। ଏହି ବାର୍ର ନାମ ଦିଆଯାଇଛି ଅକ୍ସି ପିଓର୍। ଶୁଦ୍ଧ ପବନ ପାଇଁ ଲୋକେ ୨୯୯ରୁ ୪୯୯ ଟଙ୍କା ଦେଉଛନ୍ତି। ଲୋକଙ୍କର ଶୁଦ୍ଧ ପବନ ପ୍ରତି ବଢ଼ୁଥିବା ଆଗ୍ରହକୁ ଦେଖି କୁମାର ଏବେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଅକ୍ସିପିଓର୍ର ଅନ୍ୟ ଏକ ଶାଖା ଖୋଲିବାପାଇଁ ନିଷ୍ପତ୍ତି ନେଇଛନ୍ତି।ଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ବାର୍ ଖୋଲିଛି ।


