ହାଟଡିହି ଅଞ୍ଚଳରେ କାଳବୈଶାଖି : ଭାଙ୍ଗିଲା ଗଛପତ୍ର
ହାଟଡିହି, (ବିକାଶ ବିଶ୍ୱାଳ) :-ଦୀର୍ଘଦିନ ପରେ ଆଜି ଅପରାହ୍ନରେ ହାଟଡିହି ଅଞ୍ଚଳରେ କାଳବୈଶାଖି ହେବାସହ ଭଲ ଅସରାଏ ବର୍ଷା ହୋଇଛି । ଏହି କାଳବୈଶାଖି ଯୋଗୁଁ ବିଭିନ୍ନ ସ୍ଥାନରେ ଗଛପତ୍ର ଭାଙ୍ଗି ପଡିବା ସହ ଗଛପତ୍ର ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଅକରୁଆ, ଶାସଙ୍ଗ, ହାଟଡିହି, ମରୈଗାଁ, ପନ୍ଦାଡୋ ପ୍ରଭୃତି ପଞ୍ଚାୟତରେ ଅନେକ ଲୋକଙ୍କ ଚାଳଛପର ଉଡି ଯାିଥିବା ଜଣାଯାଇଛି । ଅନେକ ସ୍ଥାନରେ ଗଛଡାଳ ଗୁଡିକ ବିଦୁ୍ୟତ ତାର ଉପରେ ଭାଙ୍ଗିପଡିଥିବାରୁ ବିଦୁ୍ୟତ ସରବରାହ ବ୍ୟାଘାତ ଘଟିଛି । ବହୁଦିନ ପରେ ଭଲକରି ଅସରାଏ ବର୍ଷା ହୋଇଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମତାତିରୁ ସାମାନ୍ୟ ଆସ୍ୱସ୍ଥି ମିଳିଛି ।


