ଚାଷୀଙ୍କ ଏକାଉଣ୍ଟକୁ ଗଲା ପି.ଏମ କିସାନ ସହାୟତା

ହାଟଡିହି (ଓ୍ବାଇଏନଏସ): ଅନ୍ନଦାତାଙ୍କ ଆର୍ଥିକ ସଶକ୍ତିକରଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପି.ଏମ କିସାନ ଯୋଜନାରେ ବାର୍ଷିକ ୬,୦୦୦ଟଙ୍କାର ସହାୟତା ସହ ରାଜ୍ୟ ସରକାରଙ୍କ ସି ଏମ କିସାନ  ଯୋଜନାରେ ଅତିରିକ୍ତ ୪,୦୦୦ ପ୍ରଦାନ କରାଯାଉଛି। କେନ୍ଦୁଝର ଜିଲ୍ଲାରେ ଆଜି ଏହି ପିଏମ କିସାନ ସହାୟତା ପ୍ରଦାନ କରାଯାଇ ଥିବାବେଳେ ହାଟଡିହି ବ୍ଲକର  ୧୮,୩୬୮ ଜଣ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରା ଯାଇଛି। ଏଥିଲାଗି ମରୈଗାଁ ସ୍ଥିତ ବ୍ଲକ କୃଷି କାର୍ଯ୍ୟାଳୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତଙ୍କ ସଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେ ଚାଷୀ ଏବଂ କୃଷକ ସାଥି ମାନେ ଯୋଗଦେଇ ମୋଦିଙ୍କ ସମ୍ବୋଧନ ଶୁଣିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ