ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ଵାରା ଭଞ୍ଜନଗର ଉପଜିଲ୍ଲପାଳଙ୍କ କାଯ୍ୟାଳୟର ସମସ୍ତ ବିଭାଗ ତଦାରଖ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ଉପଜିଲ୍ଲପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରାଜସ୍ବ, ସୈରତ, ବିଚାର ବିଭାଗ, ସାମାଜିକ ସୁରକ୍ଷା, ଇଲେକ୍ସନ, ଓଏଲାର, ଗ୍ରାମ ପଞ୍ଚାୟତ, ଆ ଟି ଆ ଇ, ଜାତି ଜନ ଜାତି ସହ ପ୍ରତ୍ୟେକ ବିଭାଗ ତଦାରଖ କରିଥିଲେ । ଏଥିରେ ପ୍ରତ୍ୟେକ ବିଭାଗ ଅଧିକାରୀ ଓ କ୍ରମଚାରି ସମସ୍ତ ନିଜର ବିଭାଗର ସମନ୍ଧିତ କାଗଜ ପତ୍ର ଉପଜିଲ୍ଲପାଳଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ଏଥିଲେ ଉପଜିଲ୍ଲାପାଳ ପ୍ରତ୍ୟେକ ବିଭାଗର କାଗଜ ପତ୍ର ଅନୁସନ୍ଧାନ କରି ସଠିକ୍ ଭାବରେ ଏବଂ ଠିକ୍ ସମୟରେ କାଯ୍ୟ ସମ୍ପାଦନ କରିବା ପାଇଁ ସମସ୍ତ ବିଭାଗ କୁ ନିର୍ଦେଶ ଦେଇଥିଲେ । ଏଥିରେ କାର୍ଯ୍ୟାଳୟର ସହାୟକ ଉପଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, establishment ଅଫିସର ଅନିଲ କୁମାର ପଣ୍ଡା , ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଜନଜାତି ଅଧିକାରୀ ଅମିୟ କୁମାର ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକ ଗଣ ଯୋଗ ଦେଇଥିଲେ ।