ୟୁୁରୋ ସ୍କୁଲରେ ନୋ ବୁକ ଡେ କାର୍ଯ୍ୟକ୍ରମ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କ ମାନସିକ ଓ ଶାରିରୀକ ବିକାଶ କିପରି ବୃଦ୍ଧି ପାଇବ ସେଥି ନିମନ୍ତେ ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଶିକ୍ଷା ସହ ପିଲାମାନଙ୍କ ବିଭିନ୍ନ କ୍ଷେତ୍ରରେ କିପରି ଉନ୍ନତ ହୋଇପାରିବ ସେଥି ନିମନ୍ତେ ଉଚିତ୍ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ସପ୍ତାହର ପ୍ରତ୍ୟେକ ଶନିବାର ଦିନ ସ୍କୁଲ ପକ୍ଷରୁ ନୋ ବୁକ୍ ଡେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସପ୍ତାହର ୫ ଦିନ ଧରି ପିଲାଙ୍କ ପାଠପଢାକୁ ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଶନିବାର ଦିନ ପିଲା ମାନେ କିପରି ମନୋରଞ୍ଜନ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ନିଜକୁ ସାମିଲ କରି ସବୁ ସ୍ଥାନରେ କୃତିତ୍ୱ ହାସଲ କରିପାରିବେ ସେଥିନିମନ୍ତେ ଏକ ଅଭିନବ ଉପାୟ ଆପଣାଇଛି ଛତ୍ରପୁର ର ଏହି ସ୍କୁଲ । ଚିତ୍ରକଳା, ବକ୍ତୃତା, କଥିତ ଇଂରାଜୀ, ଖେଳକୁଦ, ନାଚଗୀତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କୁ ସାମିଲ କରାଯାଉଛି ବୋଲି ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ଓ ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟ କରୁଛନ୍ତି ।


