ଗଞ୍ଜାମ ଜିଲ୍ଲାର ଆରାଧ୍ୟ ମା ତାରାତାରିଣୀ ଦେବୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :- ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟ ମା ତାରାତାରିଣୀ ଦେବୀ ମନ୍ଦିରର  ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଚଳିତ ମାସ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ବିଧିବିଧାନ ଅନୁସାରେ ଅନୁଷ୍ଠିତ ହେବ  । ଏହି ମହୋତ୍ସବରେ ଜିଲ୍ଲାବାସୀଗଣ ଯୋଗଦାନ ପୂର୍ବକ ମା’ଙ୍କର ଆଶୀର୍ବାଦ ଲାଭ କରିବା ନିମନ୍ତେ ସମସ୍ତ ଜିଲ୍ଲାବାସୀଙ୍କୁ ମା ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଉଅଛି  । ଆଦିଶକ୍ତି ମା ତାରାତାରିଣୀ ଯୁଗ୍ମ ରୂପିଣୀ ଅଯୁଗ୍ମ ରୂପରେ ସେ ସଙ୍କଟ ତାରିଣୀ, ଯାହାଙ୍କ ଚରିତ୍ର ଅଦ୍ୟାବଧି ରହସ୍ୟମୟ  । ବିମଳା, ପାଦଖଣ୍ଡଞ୍ଚ, ସ୍ତନଖଣ୍ଡଞ୍ଚ, ତାରାତାରିଣୀ, କାମାକ୍ଷା, ୟୋନୀଖଣ୍ଡଞ୍ଚ, ମୁଖଖଣ୍ଡଞ୍ଚ କାଳିକାଃ  । ଏହି ପୂରାଣ ଚରିତ ଠାକୁରାଣୀ ଦକ୍ଷ ଯଜ୍ଞ ବିନାସିନୀ ଶକ୍ତି ଶରୀରର ଅଙ୍ଗ ବିଶେଷ, ଯାହାକି ରତ୍ନଗିରି ଭାଷାନ୍ତରେ ପୂଜା ପାଇ ଆସୁଛନ୍ତି  । ଦୁର୍ଗମ ପାହାଡ, ଘନ ଜଙ୍ଗଲଭରା ପର୍ବତ ଦେହରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଓ ଦୁଶ୍ଚର ଥିଲେ ଆଜି କିନ୍ତୁ ତାହା ଯୁଗର ବିବର୍ତ୍ତନବାଦରେ ପରିବର୍ତ୍ତନ ଘଟିଛି  । ଓଡିଶା ସରକାରଙ୍କ ପ୍ରଦତ୍ତ ଅନୁଦାନ ରାଶିରେ ମହାର୍ଦ୍ଦ ବଉଳମାଳିଆ ପଥର ଦ୍ବାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ପୂଜାପାଇ ଆସୁଛନ୍ତି, ଯିଏକି ଭକ୍ତଙ୍କ ଅତି ନିକଟତର ହୋଇ ଅଛନ୍ତି  । ସେହି ନବନିର୍ମିତ ଜୀର୍ଣ୍ଣୋଦ୍ଧାର ଦେବୀ ପ୍ରାସାଦର ପ୍ରତିଷ୍ଠା ମହୋତ୍ସବ ଆଗାମୀ ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥି ତା. ୧୫.୦୫.୨୦୨୨ରିଖ (ରବିବାର)  ଠାରୁ ତା. ୨୦.୦୫.୨୦୨୨ ରିଖ (ଶୁକ୍ରବାର) ପର୍ଯ୍ୟନ୍ତ ଚାଲୁ ରହିବ  । ଏଣୁ ଆପଣମାନେ ଉକ୍ତ ପ୍ରତିଷ୍ଠା ଯଜ୍ଞୋତ୍ସବରେ ସପରିବାର ଯୋଗଦାନ କରି ମା’ଙ୍କର ଆଶିଷ ଲାଭ କରିବା ନିମନ୍ତେ ଅନୁରୋଧ  ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ