ପେଶା ସାମ୍ବାଦିକ ନିଶା ଆଙ୍କରିଂ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-ପେଶାରେ ସାମ୍ବାଦିକ କିନ୍ତୁ ନିଶା ଆଙ୍କରିଂ କରିବା।ସେ ହେଉଛନ୍ତି ଅଶୋକ ମହାନ୍ତି (ଲୁଲୁ)।ଯେଉଁଠି ସଭା ସମିତି,ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ସେଠି ଖୋଜା ପଡ଼ିଥାଏ ଲୁଲୁଭାଇ ଙ୍କୁ।ଦୀର୍ଘ ୨0ବର୍ଷ ଧରି ସାମ୍ବାଦିକତା କରିଆସୁଛନ୍ତି ଲୁଲୁ । ପ୍ରଥମେ ଅନୁପମ ଭାରତ, ତାପରେ ନୀତିଦିନ ଓ ବର୍ତ୍ତମାନ ଦୈନିକ ଖବରକାଗଜ ସମାଜ ଜିଲ୍ଲା ପ୍ରତିନିଧି ଓ ବିଭିନ୍ନ ସଂଗଠନ ରେ ଉପଦେଷ୍ଟା ଅଛନ୍ତି।ପ୍ରତିଦିନ ଫାଳଫାଳ ଖବର ସବୁ ସାମ୍ବାଦିକ ଙ୍କ ଠୁ ନିଆଁରେ ଢଙ୍ଗରେ ପ୍ରକାଶ କରି ଜିଲ୍ଲାରେ ବେଶ ପରିଚୟ ସୃଷ୍ଟି କରିଛନ୍ତି । ପ୍ରାୟ ୧୦ ବର୍ଷ ହେଲା ବିଭିନ୍ନ ମଞ୍ଚ ରେ ଆଙ୍କରିଂ କରି ଦର୍ଶକ ମାନଙ୍କ ମନ କିଣି ପ୍ରେମ ପାତ୍ର ହେଇପାରିଛନ୍ତି । ଲୁଲୁ ମଞ୍ଚ କୁ ଆସିଲେ ଯୁବ ଗୋଷ୍ଠୀ ଦର୍ଶକ ବହୁତ ଆକୃଷ୍ଟ ହେଇଥାନ୍ତି।ସମାଜ ସେବାରେ ବି ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି।ଜିଲ୍ଲାର ବିଭିନ୍ନ ସମସ୍ୟା ମୂଳକ ଖବର ପ୍ରକାଶ କରୁଛନ୍ତି ତେଣୁ ଜିଲ୍ଲାର ଲୋକେ ତାଙ୍କୁ ଖୋଜିଥାନ୍ତି।ନିଜର ଆଗ୍ରହ ଓ ବ୍ୟକ୍ତିଗତ ପ୍ରଚେଷ୍ଟା, ନିଷ୍ଠା ଯୋଗୁଁ ସେ ଆଙ୍କରିଂ କ୍ଷେତ୍ରରେ ସଫଳତା ହାସଲ କରିପାରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ନାରାୟଣୀ ଯାତ୍ରା ରେ ମଧ୍ୟ ପ୍ରତ୍ୟେକ ଦିନ ଆଙ୍କରିଂ କରୁଛନ୍ତି।ଫୁଲବାଣୀ ପ୍ରେସ କ୍ଲବ ର ସଭାପତି ସୁନୀଲ ପଟ୍ଟନାୟକ , ଅନ୍ୟାନ୍ୟ ବରିଷ୍ଠ ସାମ୍ବାଦିକ ଓ ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରା ତାଙ୍କର ଉର୍ଣ୍ଣତତର କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ