କାଳ ବୈଶାଖୀ ଉଡାଇନେଲା ଘର ଛପର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କାଳବୈଶାଖି ପ୍ରଭାବରେ ଘର ଛପର ଉଡି ଯାଇଥିବାବେଳେ ଝରାଡିହି ଗ୍ରାମପଞ୍ଚାତ ର ବିଭିନ୍ନ ଗ୍ରାମରେ କାଳ ବୈଶାଖୀ ପବନ ପ୍ରଭାବରେ ଲୋକଙ୍କ ଚାଳ ଛପର ଆଜବେଷ୍ଟସ ଉଡିଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ପାଖାପାଖି ୮.୩୦ ମିନିଟ୍ ସମୟରେ ବିଜୁଳି ଘଡଘଡି ସହ ପ୍ରବଳ ବେଗରେ ପବନ ଚାଲିଥିଲା । ପାଖାପାଖି ଅଧଘଣ୍ଟା ପବନ ବତାସ ଚାଲିଥିଲା ବେଳେ ବର୍ଷା ହୋଇନଥିଲା । ତେବେ କାଳବୈଶାଖି ପବନ ପ୍ରଭାବରେ ଝରାଡିହି ଗ୍ରାମପଞ୍ଚାତ ର ବଡଗୋଡା (ବଡକେଡମ) ଗ୍ରାମର ଶ୍ରୀମତୀ ଲକ୍ଷ୍ମୀ ଟୁଡୁ, କାଶିଗୋଡା ଗ୍ରାମର ଫୁରମାଲ ମାର୍ଣ୍ଡି ପିତା ମିର୍ଜା ମାର୍ଣ୍ଡି ଏବଂ ମଝିଗାଁ ବଙ୍ଗଳା ସାହିର ଶ୍ରୀମତି ରିନ୍ଦି ବାସ୍କେ ସ୍ୱମୀ ମୋହନ ବାସ୍କେ’ଙ୍କ ଘରର ଆଜବେଷ୍ଟସ ଛପର ଉଡିଯାଇ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଥିବା ଉକ୍ତ ତିନିଜଣ ବ୍ୟକ୍ତି ଝରାଡିହି ରାଜସ୍ୱ ନିରୀକ୍ଷକ’ଙ୍କୁ କାଳ ବୈଶଖୀ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଲେଖି ଜଣାଇବା ସହିତ ବିପର୍ଯ୍ୟୟ ପରିଚାଳନା ଏବଂ ରାଜସ୍ୱ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ