ଏ- ୧ ଛାତ୍ରଛାତ୍ରୀଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା

ବେତନଟୀ, (ଉଦିତ କୁମାର ପରିଡା) : ବେତନଟୀ ବ୍ଲକ ଓଷ୍ଟା ସଂଘ ପକ୍ଷରୁ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଏ- ୧ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବେତନଟୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଓଷ୍ଟା ବ୍ଲକ୍ ସଭାପତି ଶିଶିର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଉପଦେଶ ଦେଇଥିଲେ। ମୂଖ୍ୟ ବକ୍ତା ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ବିପ୍ଳବ କର ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ଅପର୍ଣ୍ଣା ସାହୁ, ଓଷ୍ଟା ସଂଘ ର ଜିଲ୍ଲା ସଂପାଦକ କିଶୋର କୁମାର ଆଚାର୍ଯ୍ୟ, ପୂର୍ବତନ ଏବିଇଓ ରମାକାନ୍ତ ମହାନ୍ତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।ଓଷ୍ଟା ସଂଘ ବ୍ଲକ୍ ସଂପାଦକ ସୁର୍ଯ୍ୟାନନ୍ଦ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ- ୧ ରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଦିବ୍ୟପ୍ରଜ୍ଞା ନାଥ, ଆଦ୍ୟାଶା ସାହୁ, ରୋଜାଲିନ ମହାନ୍ତ, ଜୟସ୍ମିତା ପୃଷ୍ଟି, ଜ୍ୟୋସ୍ନା ଧଳ ଙ୍କୁ ମୂଖ୍ୟ ଅତିଥି ଉତ୍ତରୀୟ,ଟ୍ରଫି, ଫଳ ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ, ଶିକ୍ଷକ ଯୋଗଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମହାନ୍ତ, ଧୃବେନ୍ଦ୍ର ମହାନ୍ତ, ଶିକ୍ଷକ ଭବାନୀ ଶଙ୍କର ବାଗ, ସନ୍ତୋଷ କୁମାର ବେହେରା, ବିଜୟ କୁମାର ପଣ୍ଡିତ, ନରହରି ମହାନ୍ତ, ନିହାର କାନ୍ତ ବେହେରା, ସଂଞ୍ଜୟ କୁମାର ପଣ୍ଡିତଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ସର୍ବ ଶେଷରେ ରଘୁନାଥ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ