ବରିଷ୍ଠନାଗରିକ ମଞ୍ଚ ତରଫରୁ ପଣା ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରାଜଦାଣ୍ଡ ସାହି ଠାରେ ଥିବା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀଙ୍କୁ ପଣା ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି | ସହରରେ ଦିନକୁ ଦିନ ତାପମାତ୍ରା ବଢି ଚାଲିଥିବା ବେଳେ ଅସହ୍ୟ ଗୁଳୁଗୁଳି ଲାଗି ରହିଛି |  ଏହାକୁ ଦୃଷ୍ଟିରେ ରଖି ତୃଷ୍ଣା ମେଣ୍ଟାଇବା ସହ ଅଂଶୁଘାତରୁ ରକ୍ଷା କରିବା ଉଦ୍ଦେଶ୍ୟରେ ପଥଚାରୀ ତଥା ଯାତ୍ରୀମାନଙ୍କୁ ପାଣି, ପଣା ଆଦି ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମଞ୍ଚର ଲକ୍ଷ୍ମୀନୃସିଂହ ରଥ, ହରିମୋହନ ପଟ୍ଟନାୟକ, ରାମ ଚନ୍ଦ୍ର ପାଢୀ ପ୍ରମୁଖଙ୍କସହ ବହୁ ସଦସ୍ୟ ଉପସ୍ଥିତ ରହି ପଣା ବଣ୍ଟନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ