ପେଞ୍ଚନ ଲାମାଙ୍କ ମୁକ୍ତି ଦାବିରେ ତିବତୀୟ ମାନଙ୍କ ପାଖରୁ ବିକ୍ଷୋଭ

ମୋହନା, (ଅଂଶୁମାନ ପଣ୍ଡା) :-ମୋହନା ଚାଇନା ୨୭ ବର୍ଷ ହେଲା ଅପହରଣ କରି ରଖିଥିବା ତିବତୀୟ ପେଞ୍ଚନ ଲାମାଙ୍କ ମୁକ୍ତି ଦାବିରେ ଆଜି ଗଜପତି ଜିଲ୍ଲା ମୋହନାରେ ଚନ୍ଦ୍ରଗିରୀ, ମୋହିନ୍ଦ୍ରଗଡ଼, ପାଞ୍ଚଆମ୍ବ, ଜିରାଙ୍ଗ ରହୁଥିବା ତିବତୀୟ ମହିଳା ସଂଘର ମହିଳାମାନେ ମୋହନା ରେ ଜାତୀୟ ରାଜପଥ ପାଶ୍ୱ ରେ ୫୦ରୁ ଉର୍ଦ୍ଧ ଧାରଣ  ଦେବା ସହ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ତିବତୀୟ ଧର୍ମ ଗୁରୁ ପେଞ୍ଚନ ଲାମାଙ୍କୁ ଗତ ମେ ୧୭, ୧୯୯୫ ମସିହାରେ ଚିନ ଦେଶ  ତାଙ୍କୁ ୬ ବର୍ଷ ବୟସରେ ଅପହରଣ କରି ଆଜିକୁ ୨୭ ବର୍ଷ ହେଲା ବନ୍ଦୀ କରି  ଗୁପ୍ତ  ଭାବରେ ରଖିଛି । ବର୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳୁନାହିଁ । ସେ ତିବତୀୟ  ଧର୍ମ ଗୁରୁ ଦଲାଇ ଲାମାଙ୍କ ପରବର୍ତ୍ତୀ ଉତରାଧିକାରୀ  ପେଞ୍ଚନ ଲାମା ହୋଇଥିବା ବେଳେ ତୁରନ୍ତ ତାଙ୍କୁ ମୁକ୍ତ କରିବାକୁ ବିଶ୍ବ ବ୍ୟାପି ସମସ୍ତ ଦେଶ ନିକଟରେ ଦାବି କରିଛନ୍ତି । ଯେ ହେତୁ ଅପହରଣ ହେବାର ୨୭ବର୍ଷ ପୂର୍ତ୍ତି ଅବସରରେ ଏକ ହେଇଛନ୍ତି ତିବତୀୟ ମହିଳା ଏପରିକି ବର୍ତ୍ତମାନ ତାଙ୍କୁ ୩୩ ବର୍ଷ ହେଲାଣି କୋଣସୀ ଚିତ୍ର ଫୋଟ ନାହିଁ ଯାହା ୬ବର୍ଷ ବୟସ ରେ ଉଠିଥିବା ଫୋଟ ହିଁ ତିବତୀୟ ଙ୍କ ପାଖରେ ରହିଛି ଚାଇନ ଦେଶ ଧର୍ମ ଗୁରୁ ଙ୍କୁ ଅପହରଣ କରି ତିବତୀୟ ଙ୍କୁ ନିଜ କବଜାରେ ରଖିବା ପାଇଁ ଷଡ଼ଯନ୍ତ୍ର କରି ଗୁରିଜି ଙ୍କୁ ଅପହରଣ କରିଛି ବୋଲି କୁଙ୍ଗା ଚୋଡାଙ୍ଗ, ସଭାପତି, ତିବତୀୟ ମହିଳା ସଂଘ ସେରିଙ୍ଗ ୟାଙ୍ଗୁମ, ଉପଦେଷ୍ଟା, ତିବତୀୟ ମହିଳା ସଂଘ କହିଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ