ବହୁ ଚର୍ଚ୍ଚିତ କାର ପୋଡି ଘଟଣା ପର୍ଦାଫାସ କଲା ପୋଲିସ : ୬ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବହୁ ଚର୍ଚ୍ଚିତ କାର ପୋଡି ଘଟଣାର ପର୍ଦାଫାସ କରିଛି ପାରଳା ଆଦର୍ଶ ଥାନା ପୋଲିସ । ଗତ ୨୨ ମଧ୍ୟ ରାତ୍ର ତଥା ୨୩ ତାରିଖ ୧୨.୪୫ଘଣ୍ଟାରେ ଘଟାଇଥିବା ଏପରି ଘଟଣାକୁ ନେଇ ସହରରେ ଚର୍ଚ୍ଚା ଯୋର ଧରିଥିଲା । ତେବେ ପାରଳା-ଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଖୁବ କମ ସମୟରେ ଘଟଣାର ପର୍ଦାଫାସ କରିବାରେ ସଫଳ ହୋଇଛି । ଏନେଇ ଏକ ପ୍ରେସମିଟରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ମୁତାବକ ଏହି ଘଟଣା ସାମାନ୍ୟ ବସଚାକୁ ନେଇ ସୂତ୍ରପାତ ଘଟିଥିବାର କୁହାଯାଇଛି । ଅଭିଯୋଗକାରୀ ସିର୍ଲା ଅରୁଣ କୁମାର (୨୦)ଙ୍କ ଲିଖିତ ଏତଲା କ୍ରମେ ଗତ ୨୨.୦୫. ୨୦୨୨ରେ ଆର୍ଏମ୍ଏସି ପରିସରରେ ସାମାନ୍ୟ କଥାକୁ ନେଇ ବସଚା ହୋଇଥିଲା । ଅଭିଯୁକ୍ତମାନେ ଅରୁଣଙ୍କୁ ବିଭିନ୍ନ ଗାଳି ଗୁଲଜ କରିବା ସହ ଧମକ ଦେଇ ଥିଲେ । ଏହାପରେ ଅରୁଣଙ୍କ କାରକୁ କୌଣସି ମତେ ନଷ୍ଟ କରିବାପାଇଁ ମଧ୍ୟ ଧମକ ଦେଇଥିଲେ । ତଦଅନୁଯାୟୀ ସମସ୍ତ ଅଭିଯୁକ୍ତ ପ୍ରବଳ ମଦ୍ୟପାନ କରି ଉଲ୍ଲେଖିତ ତାରିଖର ମଧ୍ୟ ରାତ୍ର ତଥା ୨୩ତାରିଖ ୧୨.୪୫ରେ ଏହିକାଣ୍ଡ ଭିଆଇଥିଲେ । ଅରୁଣ ନିଜ ଫୋର୍ଡକାର (ଡବ୍ଲ୍ୟୁବି ୧୨ ଏସ୍ ୧୦୪୬) ଟାଉନ ହଲ ପରିସରରେଥିବା ପାର୍କିଂ ସ୍ଥଳ ପରିସର ରେ ରଖିଥିଲେ । ସେହି କାରକୁ ନିଆଁ ଲଗାଇବାକୁ ଯାଇ ପାର୍କିଂ ସ୍ଥଳରେ ଥିବା ସମସ୍ତ କାରକୁ ନିଆଁ ଲାଗାଇଦେଇଥିଲେ । ଏଥିରେ ମୋଟ ୫କାରରେ ନିଆଁ ଲାଗିଥିବା ବେଳେ ୨ଗୋଟିକାରକୁ ଭାଙ୍ଗି ଦେଇଥିଲେ । ଏହି କାଣ୍ଡ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ପୋଡିଦେଇଥିବାର ଜଣାପଡିଛି । ଗିରଫ ୬ ଅଭିଯୁକ୍ତ ସମସ୍ତ ମାନେ ହେଲେ ପାରଳା-ଖେମୁଣ୍ଡି ସହରର ସୁଇପର କଲୋନୀର ବୋଲି ଜଣାପଡିଛି । ସେମାନେ ହେଲେ ଭୀମ ନାଗବଂଶ (୨୫), ଦିବାକର ପଡାଲ (୨୩) ଜଗଦିଶ ପଡାଲ (୨୧), ତ୍ରିପତି ଜଙ୍ଗମ (୨୫), ଅର୍ଜୁନ ଲିଆରି (୨୫) ଏବଂ ସୁଦେଶ ବାଦା (୧୯) । ସମସ୍ତେ ଯୁବ ବର୍ଗର ହୋଥିବା ବେଳେ କାର ପୋଡି ବା ଭାଙ୍ଗି ନଷ୍ଟ ହୋଇଥିବା ବ୍ୟକ୍ତି ବିଶେଷ ହେଲେ ସିର୍ଲା ପାରଳା ସହର ଅନ୍ତର୍ଗତ ସୁବାସ ନଗରର ଅରୁଣ କୁମାର, ମାଲକାନାଗିରିର ଡି. ପ୍ରମିଳା, ପାରଳାଖେମୁଣ୍ଡି ସହରର ମାଠିଆ ସାହିର ଟାଙ୍କାଲା ଶ୍ରୀନୁ, ବାଟଗୌଡ ସାହିର ଜି. ଚନ୍ଦ୍ର ରାଓ, ଜଙ୍ଗମ ସାହିର ମନ୍ମଥ କୁମାର ଶତପଥୀ, କାମ୍ପ ସାହିର ଏନ୍. ମୋହନ, ବାଟଗୌଡ ସାହିର ବାବୁଲା ବେହେରାଙ୍କ କାର ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।


