୧୧ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ : ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସଦର ଅବକାରୀ ବିଭାଗ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ୧୧କେଜି ୧୦୦ଗ୍ରାମ ଗଞ୍ଜେଇକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରି ଥିବାର ଜଣାପଡିଛି । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ମୋହନା ବ୍ଲକ ଜିଗରସିଂ ଗ୍ରାମର ବାଜି ଗମାଙ୍ଗ ହିରୋ ହୋଣ୍ଡା ମୋଟର ସାଇକେଲ ଯୋଗେ ଗଞ୍ଜେଇ ଚାଲାଣ କରୁ ଥିବା ଖବର ପାଇ ଗୋଷାଣୀ ବ୍ଲକ ଅନ୍ତର୍ଗତ ୭ମାଇଲ ଛକ ଠାରେ ପୂର୍ବ ପ୍ରସ୍ତୁତି ରହିଥିବା ଅବକାରୀ ଟିମ୍ କାବୁ କରିଥିଲେ । ଏହି ଚଡାଉରେ ଅବକାରୀ ନିରୀକ୍ଷକ ପ୍ରକାଶ ସାହୁ, ଏସ୍‌ଆଇ କିଶୋର ଚନ୍ଦ୍ର ରଥ, ମୋଜି ଶବର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ