ମା କାଳୀ ଙ୍କ ଉତ୍ତମ ସେବକ ଆଦିତ୍ୟ

ଫୁଲବାଣୀ, (ସୁନିଲ କୁମାର ବେହେରା) :-କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ନାରାୟଣୀ ଠାକୁରାଣୀ ଯାତ୍ରା ସର୍ଵସାଧାରଣଙ୍କ ଯାତ୍ରା । ଏହା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ ।ଯାତ୍ରା ନା ଶୁଣିଲେ ସମସ୍ତେ ଖୁସି ହୋଇଯାନ୍ତି କାରଣ ମିନା ବଜାରରେ ମଉଜ ମସ୍ତି ସହ ଯାତ୍ରା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଓ ବିଭିନ୍ନ ରକମର ଜିନିଷ ଦ୍ରବ୍ୟ କିଣିବା । ଆଉ କେହି କେହି ଏ ସମସ୍ତ ଠୁ ଦୂରରେ ରହି ନିଷ୍ଠାର ସହ ମା କାଳୀଙ୍କୁ ସେଵା କରିବା ସତେ ଯେମିତି ତାଙ୍କର ଏକ ନିଶା। ସେ ଆଉ କେହି ନୁହନ୍ତି ଫୁଲବାଣୀର ଜଣା ଶୁଣା ପେଷାଦାର ଆଇନଜୀବୀ ଓ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ । ଫୁଲବାଣୀ ଠାରେ ଅନୁଷ୍ଠିତ ହେଉଥିବା ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରାରେ ପଞ୍ଚ ଠାକୁରାଣୀଙ୍କ ନଗର ଭ୍ରମଣ ସମୟରେ ସମ୍ମୁଖରେ ମନ୍ଦାର ମାଳିନୀ ନୃତ୍ୟ କରି ମାର୍ଗ ଦର୍ଶକ ରୂପେ କାର୍ଯ୍ୟ କରୁଥିବା ମା କାଳୀଙ୍କ ବେଶ ଶୋଭା ପାଇଥାଏ । ହେଲେ ସମସ୍ତେ ବାହାର ରୂପକୁ ଦେଖି ଲକ୍ଷ ଲକ୍ଷ ଲୋକ ମୁଣ୍ଡିଆ ମାରି ଚାଲି ଯାଆନ୍ତି କିନ୍ତୁ କେବେ ସେ କାଳୀଙ୍କ ବେଶରେ ସଜେଇ ହୋଇ ନୃତ୍ୟ କରୁଥିବା ମଣିଷକୁ କେବେ ଜାଣିବାକୁ ଚେଷ୍ଟା କରି ନଥାନ୍ତି । ସେଇ ବେଶ ଧାରଣ କରିବା ସମସ୍ତଙ୍କ ପକ୍ଷେ ସହଜ ହୋଇ ନଥାଏ । ଏହି ବେଶ ପାଇଁ ଦରକାର କେତେକ ନିଷ୍ଠା ଓ ନୀତିନିୟମ ଯାହାକି ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନପାରେ ନୀତିନିୟମରେ ଟିକେ ବିଚ୍ୟୁତି ହେଲେ ଜୀବନ ପ୍ରତି ବିପଦ ମାଡି ଆସିବାର ସମ୍ଭାବନା ରହିଥାଏ । ଯାତ୍ରାର ଶୁଭଖୁଣ୍ଟି ଆସିବା ଠାରୁ ଆମିଷ ବର୍ଜନ ଠାକୁରାଣୀ ଙ୍କ ଆଗମନଠୁ ଯିବା ପର୍ଯ୍ୟନ୍ତ ପିଆଜ ରସୁଣ ବର୍ଜନ।ଏତକ ଦିନ ପାଳନ କରନ୍ତି ସନ୍ୟାସୀ ଜୀବନ । ତଳେ ଶୋଇବା, ବାହାରେ କୌଣସି ଖାଦ୍ୟପେୟ ଗ୍ରହଣ ନକରିବା, ପାରିବାରିକ ସୁଖକୁ ବର୍ଜ୍ଜନ କରିବା ଇତ୍ୟାଦି କେତେ କଣ ନିୟମ ପାଳନ କରିବାକୁ ପଡିଥାଏ । ଏ ସବୁ ଜଣେ ସାଂସାରିକ ଜୀବନ ଯାପନ କରୁଥିବା ବ୍ୟକ୍ତିଙ୍କ ପକ୍ଷେ ସହଜ ହୋଇ ନପାରେ।ସେ ଯାହା ହେଉ ଏ ସବୁକୁ ନିଷ୍ଠାର ସହ ପାଳନ କରିଥାନ୍ତି ଆଦିତ୍ୟ ତ୍ରିପାଠୀ।ସେ ୨୦୦୬ ମସିହାରୁ ଏହି କାଳୀ ସେବକ ଭାବେ ଜଡିତ ଅଛନ୍ତି । କିନ୍ତୁ ଲୋକ ମାନେ ହୁଏତ ଜାଣି ନଥାନ୍ତି।ଜାଣିବା ପରେ ଅନେକ କଥା ପଚାରି ବସନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ