କାଳବୈଶାଖୀରେ ଭାଙ୍ଗିଲା ୧୩୨ କେଭି ବିଦ୍ୟୁତ ଟାୱାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଂଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ ହୋଇଥିଲା । ଫଳରେ ସହର ସମେତ ଗ୍ରାମାଂଚଳ ମାନଙ୍କରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିଲା । ଏବଂ ବିଦ୍ୟୁତ ତାର ମାନଙ୍କରେ ଗଛର ଡାଳ ପଡି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇ ଥିଲା । ତେବେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଦୀର୍ଘ ୧୫ ଘଣ୍ଟା ଧରି କାର୍ଯ୍ୟ କରି ବିଦ୍ୟୁତ ସରବରାହ ସ୍ୱାଭାବିକ କରିଥିଲେ । ରବିବାର ସକାଳୁ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା । ଛତ୍ରପୁର – ନରେନ୍ଦ୍ରପୁର ମଧ୍ୟସ୍ଥଳରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାରଟି ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ