କେନ୍ଦ୍ରାପଡାର ଜମ୍ବୁଦୀପ ଥିଲା ମାନବ ସୃଷ୍ଟିର ଏନ୍ତୁଡିଶାଳା
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ)- କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଷଷ୍ଠ ସନ୍ଧ୍ୟା ଅବସରରେ ବାଲିଯାତ୍ରା କମିଟି କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିବେଶବିତ କବି ହେମନ୍ତ କୁମାର ରାଉତ ମୁଖ୍ୟ ଅତିଥି,ବୈଜ୍ଞାନିକ ଶରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷିତ ହେଲେ ଆମେ ବଚିଂବା ବୋଲି ମତବ୍ୟକ୍ତ କରିଥିଲେ । ଏହାପରେ ସ୍ୱେଛାସେବୀ ଅନୁଷ୍ଠାନ ଆହ୍ୱାନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଆଦିକନ୍ଦ ରାଉଳ ଅଧ୍ୟକ୍ଷତା କରିଥରବା ବେଳେ ଏଥିରେ ଉପଦେଷ୍ଟା ରମଣୀରଞ୍ଜନ ରାଉତରାୟ ଓ ସଞ୍ଜୟ ମଥାନ ପରିଚାଳନା କରିଥିଲେ । ଦ୍ୱତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥଙ୍କ ସଂଯୋଜନାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେନା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବାଲିଯାତ୍ରା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ସଭାରେ ସମ୍ପାଦକ ସଞ୍ଜୟ କୁମାର ଜେନା,ଶିକ୍ଷକ ଶୁଭାଂଶୁ ଦାସ,ଅଧ୍ୟାପକ ।ଜୟ ସାମଲ ଓ ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚନ୍ଦ୍ର ପଢିହାରୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅବସରପ୍ରାପ୍ତ ସୈନିକ ସଙ୍ଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତୃତୀୟ ପର୍ଯ୍ୟାୟରେକେନ୍ଦ୬ାପଡା ଜିଲ୍ଲା ବିକାସ ସମିତି ପକ୍ଷରୁ ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସାରସ୍ୱତ ସଭାରେ ସମ୍ପାଦକ ସଞ୍ଜୟ କୁମାର ଜେନା କହିଥିଲେ ଯେ ଏହି ବାଲିଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମକୁ ଦେଖି ପ୍ରଶାସନ ହତଚକିତ ହୋଇପଡିଛି । ଜିଲ୍ଲାର ଏହା ଏକମାତ୍ର ଗଣପର୍ବ ଯାହା ସବୁ ବର୍ଗର ଲୋକମାନଙ୍କୁ ଆକୃଷ୍ଟ କରିପାରିଛି । ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମୁଖ୍ୟର ସଭାପତି ଅଲେଖ ଚନ୍ଦ୍ର ପଢିହାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ କେନ୍ଦ୍ରାପଡାର ଜମ୍ବୁଦୀପ ହେଉଛି ମାନବ ସଭ୍ୟତା ସୃଷ୍ଟିର ଏନ୍ତୁଡିଶାଳା । ଏଥିସହିତ କେନ୍ଦ୍ରାପଡାର ବତୀଘର ସାରା ପୃଥିବୀକୁ ଖୁଲଣାସୁନ୍ଦରିଓ ତଅପୋଇ କାହାଣୀ ପ୍ରଭୃତି ନୈାବାଣିଜ୍ୟର ଇତିହାସକୁ କେନ୍ଦ୍ରାପଡାର ଦାନ ସମ୍ବନ୍ଧରେ ସୂଚନା ଦିଏ । ଅନ୍ୟମାନଙ୍କ ମଧ୍ୟରେ ବିକାଶ ସାମୁଖ୍ୟର ସମ୍ପାଦକ ଅଜୟ ସାମଲ,କବି ରବି ସ୍ୱାଇଁ ରେଡ ସ୍ୱସ୍ତିକର ସମ୍ପାଦକ ଡଃ.ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡାର ଐତିହ୍ୟ,ସଂସ୍କୃତି ଓ ପରମ୍ପରା ସୁମହାନ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମସ୍ତଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଇନଜୀବି ରମଣୀରଞ୍ଜନ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଲିଯାତ୍ରା କମିଟି ଉପସଭାପତି ଧିରେନ୍ଦ୍ର କମାର ଦାସ ସ୍ୱାଗତ ଭାଷଣ ଓ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ.ନାରାୟଣ ପ୍ରସାଦ ଜେନାଙ୍କ ସଂଯୋଜନାରେ ପରିବେଶ ସମ୍ପର୍କୀୟ ଏକ ଗୀତିନାଟ୍ୟ ପରିବେଷଣ କରାଯାଇଥିବା ବେଳେ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ଏକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଇଂ ଭଗବାନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ସରପଂଚ ପୀତବାସ ବେହେରା, ନାଏବ ସରପଂଚ ସୁନିତା ସାହୁ, ସହସମ୍ପାଦକ କିଶୋର ପ୍ରଧାନ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରପାଠୀ, ଡଃ.ନାରାୟଣ ପ୍ରସାଦ ଜେନା, ମୀର ସଫିକ, କମିଟି ସଦସ୍ୟ ଗଗନ ବିହାରୀ ଜେନା, ମୃତ୍ୟୁଞ୍ଜୟ ସାହୁ, ଇତିହାସ ଲେଙ୍କା, ଟୁଟୁ ଗେରୁ, କୈଳାସ ଗେରୁ, ପ୍ରଦୀପ ରଥ, ସେକ ମତୁ, ମହମ୍ମଦ ସେକ ଇନାୟତ, ଜିତୁ ଗେରୁ, ଜଗନ୍ନାଥ ଦାସ, ତ୍ରିଲୋଚନ ଦାସ ,କୁମର ଚରଣ ବାଇ,ଶ୍ରୀଧର କୁମାର ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ମହୋତ୍ସବରେ ହଜାର ହଜାର େ ଲାକଙ୍କ ସମାଗମ ହୋଇଥିବାର ଦେଖାଯାଇଥିଲା । ଏହାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା ।