ଆଜି ବିଶ୍ୱ ସାଇକେଲ୍ ଦିବସ : ସାଇକେଲ୍ ଚଲାନ୍ତୁ, ସୁସ୍ଥ ରୁହନ୍ତୁ, ପରିବେଶ ବଞ୍ଚାନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ହେଉଛି ଜୁନ୍ ମାସ ୩ ତାରିଖ । ବିଶ୍ୱ ପାଳୁଛି ସାଇକେଲ ଦିବସ । ସାଇକେଲ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ବାୟୁ, ଧ୍ୱନି ପ୍ରଦୂଷଣକୁ କମ୍ କରିବା, ଟ୍ରାଫିକ୍ ଜାମ୍‌କୁ କମ୍ କରିବା, ଇନ୍ଧନ ଅପଚୟର ସମସ୍ୟାକୁ ହ୍ରାସ କରାଇବା, ଜଳବାୟୁ ପରିବର୍ତ୍ତନ ଜ୍ୱାଳାରୁ ମୁକ୍ତି ପାଇପାରିବା ଏବଂ ପରିବେଶକୁ ସୁରକ୍ଷିତ ରଖିପାରିବା । ଏହି ଦିବସ ପାଳନ ଅବସରରେ ସ୍ମାର୍ଟନଗରୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୭ ବର୍ଷର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ ନିଜର ସାଇକେଲ୍‌କୁ ନିଜେ ଚଳାଇ ଜନସଚେତନତା ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ଶାନ୍ତନୁ କୁହନ୍ତି-ସାଇକେଲ୍ ଚଲାନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ପରିବେଶକୁ ବଞ୍ଚାନ୍ତୁ । ମୁଁ ପ୍ରତିଦିନ ସାଇକେଲ୍ ଚଲାଇଥାଏ । ସାଇକେଲ୍ ଚଲାଇବା ଦ୍ୱାରା ମୋର ମନ ଫୂର୍ତ୍ତି ରହିଥାଏ, ଦେହ ହାଲ୍‌କୁ ଲାଗିଥାଏ ଏବଂ ନିଜକୁ ଫିଟ୍ ଅନୁଭବ କରିଥାଏ । ଆପଣମାନଙ୍କୁ ଓ ମୋର ସାଙ୍ଗ, ସାଥୀ, ଗୁରୁଜନମାନଙ୍କୁ ଅନୁରୋଧ, ପ୍ରତିଦିନ ସାଇକେଲ୍ ଚଲାନ୍ତୁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଗଠନ ପାଇଁ ସଂକଳ୍ପ ନିଅନ୍ତୁ ଏବଂ ପରିବେଶ ସୁରକ୍ଷାରେ ସହାୟକ ହୁଅନ୍ତୁ ବୋଲି ଶାନ୍ତନୁ ଏହି ଅବସରରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ