କୁଇସମାଜର  ଯୁବପରିଷଦ ଓ ସେବାସମିତି ପକ୍ଷରୁ କର୍ମକର୍ତ୍ତା ବୈଠକ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କୁଇ ସମାଜ ସେବା ସମିତି ବେଗ୍ରିଂକିଆ ଶାଖାର ବାଳିସୁଗ୍ରୀ ଗ୍ରାମରେ ବୈଠକ ଶାଖା ସଭାପତି ରମାକାନ୍ତ ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ କେନ୍ଦ୍ର କର୍ମକର୍ତ୍ତା କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ନାରୀ ଉପସଭାପତି ସାଇବେଣୀ କହଁର, ନାରୀ ସମ୍ପାଦିକା ଗୀତାଜଂଳି କହଁର, ଉପଦେଷ୍ଟା ପିତାମ୍ବର ମଲିକ, ବିରେନ୍ଦ୍ର କହଁର, କୁଇ ସମାଜ ଯୁବପରିଷଦ ଅଚ୍ୟୁତ ଯାନୀ, ଶାଖା ଉପସଭାପତି ଶରତ କୁମାର କହଁର, ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ଵ ବିହାରୀ ଯାନୀ, ଶାଖା ଯୁବ ପରିଷଦ ସଭାପତି ସନତ କୁମାର ପ୍ରଧାନ, ସହସମ୍ପାଦକ ରବିନ୍ଦ୍ର କହଁର ଏବଂ ଶାଖାର ପ୍ରତ୍ୟେକ ଗ୍ରାମର ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଏଥିରେ  କୁଇ ସମାଜର କୁଇ ପରିବାର କୁଇ ସମାଜ ରୀତିନୀତି ଅନୁସାରେ ପରିଚାଳିତ ହେବାପାଇଁ ସଚେତନ କରାଯାଇଥିଲା l ତାପରେ ବେଗ୍ରିଂକିଆ ଶାଖା କାର୍ଯ୍ୟାଳୟ ନିର୍ମାଣ, ଶାଖାର ସଂଗଠନ ସୁଦୃଢ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଏବଂ କୁଇ ସମାଜ ସେବା ସମିତି ଫୁଲବାଣୀର ମିଳିତ ଆନୁକୂଲ୍ୟ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ