ଥାନା ଅଧିକାରୀଙ୍କୁ  ସରପଞ୍ଚ ଏବଂ ସମିତି ସଭ୍ୟା ପ୍ରତିନିଧିଙ୍କ ସୌଜନ୍ୟମୂଳକ ସାକ୍ଷାତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଶନିବାର ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର ସରପଞ୍ଚ ସତ୍ୟବାନ ସ୍ଵାଇଁ ଏବଂ ସମିତି ସଭ୍ୟା ପ୍ରତିନିଧି ବିନୋଦ ବେହେରା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି I ଗାଙ୍ଗପୁର ଥାନା ପରିସରରେ ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସହିତ ସାକ୍ଷାତ ସମୟରେ ସରପଞ୍ଚ ଶ୍ରୀ ସ୍ୱାଇଁ ଏବଂ ସମିତି ସଭ୍ୟା ପ୍ରତିନିଧି ଶ୍ରୀ ବେହେରା ଖଇରପୁଟି ପଂଚାୟତର ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ I ଖଇରପୁଟି ପଞ୍ଚାୟତ ଅଧୀନରେ ଖଇରପୁଟି ଗ୍ରାମ ସମେତ ବଡ଼ ସାଦରା , ସାନ ସାଦରା ଏବଂ ଇନ୍ଧନପୁର ଗ୍ରାମ ଆସୁଥିବା ବେଳେ ଏହି ଗ୍ରାମ ଗୁଡ଼ିକରେ ସମୟ ସମୟରେ ଚାଲୁଥିବା ବେଆଇନ୍ କାର୍ଯ୍ୟକୁ ରୋକିବା ଏବଂ ଅନ୍ଧା ବିଶ୍ୱାସ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଉଭୟ ପ୍ରତିନିଧି ଥାନା ଅଧିକାରୀ ଶ୍ରୀ ସାହୁଙ୍କୁ ଅନୁରୋଧ କରିଥିଲେ I ଥାନା ଅଧିକାରୀ ଶ୍ରୀ ସାହୁ ମଧ୍ୟ ଅଞ୍ଚଳରେ କୌଣସି ପ୍ରକାର ବେଆଇନ୍ କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁଁ ବୋଲି ଉଭୟ ପ୍ରତିନିଧିଙ୍କୁ ଦୃଢ଼ ପ୍ରତିଶୃ୍ତି ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ