୩୬ ତମ୍ ବାଷିକ ଛାତ୍ର ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ନିକଟସ୍ଥ କୁଟିଣୀଗଣ୍ଡା ଠାରେ ୩୬ ତମ ଛାତ୍ର ଛାତ୍ରୀଙ୍କ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏସବିସିଏମ୍ ମୁଖ୍ୟ କାର୍ଜ୍ୟାଳୟର ଶେରଙ୍ଗ ଶାଖା ବାଲିବାଡ଼ ଅଂଚଳ କୁଟିଣୀଗଣ୍ଡା ମଣ୍ଡଳୀଠାରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଜ୍ୟକ୍ରମରେ ବାଲିବାଡ଼ର ଏସ୍. ଗମାଙ୍ଗ ଡେକନ ମଧ୍ୟ ଉପସ୍ଥିତ ଥିବାବେଳେ ୫ଟି ଜିଲ୍ଲା ମାକତା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାୟଗଡ଼ା ଜିଲ୍ଲା, କୋରାପୁଟ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାର ମୋଟ ୫୪ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ସାସଂଦ ଚନ୍ଦ୍ର ଶେଖର ସାହୁ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ପାଣିଗଣ୍ଡା ପଞ୍ଚାୟତର ସରପଞ୍ଚ ବାବୁଲି ପାଟମାଝୀ, ସମିତି ସଭ୍ୟ ମିକଲ ଶବର ୱାର୍ଡମେମ୍ବର ଓ ସ୍ଥାନୀୟ ଲୋକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ