ଚଳଚ୍ଚିତ୍ର ଜଗତରେ ସୁହାନାଙ୍କ ଏଣ୍ଟ୍ରି

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି । ବଲିଉଡ ବାଦଶାହ ଶାହରୁଖ ଖାଁଙ୍କ ଝିଅ ସୁହାନା ଶେଷରେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି ମାରିଛନ୍ତି । ତାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ “ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହୋଇଯାଇଛି । ୧୦ମିନିଟର ଏହି ଫିଲ୍ମରେ ସୁହାନା ଅଭିନୟ ବେଶ ଦମ୍‌ଦାର ହୋଇଛି । ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଆଗକୁ ସେ ବଲିଉଡର ଆଗଧାଡିର ଅଭିନେତ୍ରୀଙ୍କ ଟକ୍କର ଦେବାର କ୍ଷମତା ତାଙ୍କ ପାଖରେ ରହିଛି ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତ ଦେଇଛନ୍ତି । ସ୍କୁଲରେ ପଢୁଥିବାବେଳେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି ସୁହାନା । ଲଣ୍ଡନରେ ପଢ଼ା ଶେଷ କରିବା ପରେ ସେ ଏବେ ନ୍ୟୁୟର୍କରେ ଆକ୍ଟିଂ କୋର୍ସ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ