ବଜ୍ରାଘାତରେ ମହିଳା ଆହତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କୁଣ୍ଡିସାହି ଗ୍ରାମରେ ବଜ୍ରାଘାତରେ ଜଣେ ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ମନୋରମା ସାହୁ (୪୮) ନାମକ ଜଣେ ମହିଳା ଆଜି ଅପରାହ୍ନରେ ବର୍ଷା ସମୟରେ ଘର ପିଣ୍ଡାରେ ବସିଥିଲେ । ଏହି ସମୟରେ ବଜ୍ରପାତ ହେବାଯୋଗୁଁ ସେ ଚେତାଶୁନ୍ୟ ହୋଇ ପଡି ଯାଇଥିଲେ । ହାଟଡିହି ଅଗ୍ନିଶମ ବାହିନୀ ଦ୍ୱାରା ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଯାଇଛି ।


