ସମର୍ଥ ବର୍ମାଙ୍କୁ “ବଳଦେବ ଶ୍ରୀ” ସମ୍ମାନ ପ୍ରଦାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରପଡା ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ଚଳିତ ବର୍ଷ ୫୧ତମ ମହୋତ୍ସବ ପାଳନ କରିଛି । ଏହି ଅବସରରେ ଚଳିତ ବର୍ଷ ସମ୍ମାନ ଜନକ “ବଳଦେବ ଶ୍ରୀ” ସମ୍ମାନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲ୍ଲାପାଳଙ୍କର ଅନୁପସ୍ଥିତି ପାଇଁ ଏହା ପ୍ରଦାନ କରାଯାଇପାରିନଥିଲା । ଏହି ସମ୍ମାନକୁ ସଂସଦର ମୁଖ୍ୟ ଉପଦେଷ୍ଟା ପ୍ରଦୀପ ମହାନ୍ତି, ସଭାପତି ଚିନ୍ମୟ ପ୍ରସାଦ ବେଉରା ଓ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାଟି ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୈାକନ ସହ ମାନପତ୍ର ପ୍ରଦାନ କରିଥିଲେ । ଦୀର୍ଘ ୫୧ ବର୍ଷ ଧରି ଏହି ସଂସଦ ବଳଦେବ ରତ୍ନ ସମ୍ମାନ – ବଳଦେବ ଶ୍ରୀ, କେନ୍ଦ୍ରାପଡା ଗୈାରବ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମରେ ସ୍ମୃତି ଫଳକକୁ ବିଜ୍ଞ ବ୍ୟକ୍ତି ବିଶେଷକୁ ପ୍ରଦାନ କରିଥାଏ । ଅତୀତରେ କେନ୍ଦ୍ରାପଡା ଗୈାରବ ସମ୍ମାନ – ସ୍ୱର୍ଗତଃ ରାଧାନାଥ ରଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଂଗୀତ ନିର୍ଦ୍ଦେଶକ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିବାବେଳେ କେନ୍ଦ୍ରାପଡା ଗୈାରବ ସମ୍ମାନ – ସୁନାମଧନ୍ୟ ଡା. ମହେନ୍ଦ୍ର ତ୍ରିପାଠୀ, ଚଳଚ୍ଚିତ୍ର ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁ ଓ ଡଃ. ଦେବେନ୍ଦ୍ର କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ବଳଦେବ ଶ୍ରୀ ସମ୍ମାନ ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ । ସେହିକ୍ରମରେ ଚଳିତ ବର୍ଷ ସମ୍ମାନୀୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ଉପଦେଷ୍ଟା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ